
ଭୁବନେଶ୍ଵର, ଗତ ୨୪ ଘଂଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ୨୨.୭ ମି.ମି. ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ଵାଭାବିକ ବର୍ଷା ୬.୯ ମି.ମି. ତୁଳନାରେ ୨୨୮% ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି କନ୍ଧମାଳ ଜିଲ୍ଲାରେ ଗତ ୨୪ ଘଂଟାରେ ସର୍ବାଧିକ ୫୮.୭ ମି.ମି. ବର୍ଷା ରେକର୍ଡ ସହ ସ୍ଵାଭାବିକ ବର୍ଷା ୬.୮ ମି.ମି. ତୁଳନାରେ ୭୬୩% ଅଧିକ ରହିଛି ।
ଲଘୁଚାପ ପ୍ରଭାବରେ ଗତ ୨୪ ଘଂଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ ସର୍ବାଧିକ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ୩୦୨ ମି.ମି. ବର୍ଷା ରେକର୍ଡ କରାଯାଇଛି । ଗୋଟିଏ ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୨ ଟି ସ୍ଥାନରେ ଅତି ପ୍ରବଳ ଏବଂ ୧୦ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ । ସେହିପରି ଗଞ୍ଜାମ ଜିଲ୍ଲାର ଧରାକୋଟରେ ୧୨୧.୦, ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ୧୨୦.୦, ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁରରେ ୧୦୨.୨, କୋରାପୁଟ ଜିଲ୍ଲାର ଲମତାପୁଟରେ ୯୫.୪, କନ୍ଧମାଳ ଜିଲ୍ଲାର କେ. ନୂଆଗାଁରେ ୯୦.୨, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ୮୯.୨, କନ୍ଧମାଳ ଜିଲ୍ଲାର କୋଟଗଡ଼ରେ ୮୭.୦, ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିରେ ୮୫.୦, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୭୮.୪, ଗଞ୍ଜାମ ଜିଲ୍ଲାର ଗଞ୍ଜାମରେ ୭୬.୦, ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ୭୧.୦, ଏବଂ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ୬୯.୭ ମିମି ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ସୁନ୍ଦରଗଡ଼ ଜିଲ୍ଲାରେ ୩୩.୫ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବୌଦ୍ଧରେ ୧୭.୫ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।