ଭୁବନେଶ୍ୱର -ମାହାଙ୍ଗା ଆବାସ କେଳେଙ୍କାରୀରେ ସାମିଲ ଥିବା ଅଫିସରଙ୍କୁ ବର୍ତମାନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଓଏସଡି ଭାବେ ପଦୋନ୍ନତି ପାଇଛନ୍ତି । ଏହା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି । ମନ୍ତ୍ରୀଙ୍କ ଓଏସଡି ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ମାହାଙ୍ଗାର ବିଡିଓ ଥିବାବେଳେ ଆବାସ କେଳେଙ୍କାରୀ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାମରେ ହୋଇଥିବା ଦୁର୍ନୀତିରେ ସମ୍ପୃକ୍ତ ଥିଲେ । ତାଙ୍କ ବିରୋଧରେ ତୁରନ୍ତ କାର୍ଯାନୁÂାନ ନେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବିଜେପିର ଉପସଭାପତି ସମୀର ମହାନ୍ତି ।
ଏପରି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପାଇଁ ଆବାସ କେଳାଙ୍କାରୀ ହୋଇଥିବା ମାହାଙ୍ଗାବାସୀ କହୁଥିବା ବେଳେ ୫-ଟି କଥା କହୁଥିବା ସରକାରଙ୍କର ଏହା କେଉଁ ଟିରେ ଆସୁଛି ବୋଲି ଦଳ ପ୍ରଶ୍ନ କରିଛି । ଚୋର ହାତରେ ଚାବିକାଠି କୁଆଡେ ଗଲା ୫-ଟି ବୋଲି ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଖୋଦ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଂଚାୟତର ଯୋଗ୍ୟ ହିତାଧିକାରୀଙ୍କ ଅପେକ୍ଷା ଅଧିକ ଲୋକେ ଘର ହାତେଇଛନ୍ତି । ସେ ମଉଦା ପଂଚାୟତ ହେଉ ଅବା ନିଶ୍ଟିତକୋଇଲି ସବୁଠି ହୋଇଥିବା ଏହି କେଳାଙ୍କାରୀର ମହାନାୟକ ହୋଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ଆଉ ତାଙ୍କର ସେନାପତି ସାଜିଥିଲେ ବର୍ତମାନ ତାଙ୍କର ଓଏସଡି ହୋଇଥିବା ତଥା ମାହାଙ୍ଗାର ବିଡିଓ ଥିବା ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ।
ସରକାରୀ ଯୋଜନାକୁ ଦଳୀୟ ଭିତିରେ ବାଂଟିବା ପାଇଁ ଆରମ୍ଭ ହୋଇଛି ଚକ୍ରାନ୍ତ । ଆଉ ଏଥିରେ ତାଙ୍କୁ ସହାୟତା କରୁଛନ୍ତି ତୃତୀୟ ମହଲାର କିଛି ଅଣଓଡିଆ ଅଫିସର । ତୃତୀୟ ମହଲାର ଅଣଓଡିଆ ଅଫିସରଙ୍କ ହାତରେ ବିଜେଡି ଏବେ ଗୋଟିଏ ବିଭାଗ ହୋଇଯାଇଛି । ସାଢେ ୪ କୋଟି ଓଡିଆଙ୍କୁ ଠକିବା ପାଇଁ ଶପଥ ନେଇଥିବା ଏହି ଅଣଓଡିଆ ଅଫିସର ମାନେ କିଛି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଏବେ ପଦୋନ୍ୱତି ଦେବାରେ ଲାଗିଛନ୍ତି । ଯେଉଁ ଅଫିସର ମାନେ ବିଜେଡି ପାଇଁ କାମ କରୁଛନ୍ତି ସେମାନଙ୍କୁ ସରକାରରେ ଗୁରୁଦାୟିତ୍ୱ ମିଳୁଛି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠି ଓ କୃଷକ ମୋର୍ଚ୍ଚା ସଭାପତି ଶିବାଜି ମହାନ୍ତି ଉପସ୍ଥିତ ଥିଲେ ।