-
ଭାସିଗଲା ବତେଡିମୁଣ୍ଡା ପୋଲ : ପାରିଗଡ଼ ପଚାଂୟତର ୧୧ ୱାର୍ଡ ବାହ୍ୟଜଗତରୁ ବିଚ୍ଛିନ୍ନ
କନ୍ଧମାଳ, ଗତ ୨୪ ଘଂଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଠାରେ ସର୍ବାଧିକ ୩୦୨ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ବାଲିଗୁଡାରେ ପ୍ରବଳ ବର୍ଷା ଫଳରେ ପୁଣି ଥରେ ଭାସିଯାଇଛି ବତେଡିମୁଣ୍ଡା ପୋଲ । ବାଲିଗୁଡାର ବିଭିନ୍ନ ସ୍ଥାନରେ ଜମି ରହିଛି ବର୍ଷାଜଳ । ପ୍ରବଳ ବର୍ଷା ଫଳରେ ପାରିଗଡ଼ ପଚାଂୟତର ୧୧ ୱାର୍ଡ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଲଗାଣ ବର୍ଷାରେ ବତେଡିମୁଣ୍ଡା ପୋଲ ଭାସି ଯାଇଥିଲା । ଏହା ବ୍ୟତୀତ ଜିଲ୍ଲାର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି ।
ସେହିପରି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ୮୯.୨ ମି.ମି., କେ. ନୂଆଗାଁରେ ୯୦.୨, କୋଟଗଡ଼ରେ ୮୭ , ଦାରିଙ୍ଗବାଡିରେ ୬୩, ତୁମୁଡ଼ିବନ୍ଧରେ ୫୦.୨ ଓ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ୨୨.୨ ମି.ମି. ବର୍ଷା ରେକର୍ଡ଼ କରାଯାଇଥିବା ନେଇ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ।