କନ୍ଧମାଳ, ଫରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ବାଗଡୁଙ୍ଗୁରି ଠାରେ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବାରୁ ସେହି ନଦୀ କୂଳରେ ଥିବା ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରେ କାମ କରୁଥିବା ୭ ଜଣ କର୍ମଚାରୀ ପାଣି ଘେରରେ ରହି ଯାଇଥିଲେ । ପମ୍ପ ହାଉସ ଭିତରେ ପାଣି ପଶି ଯିବାରୁ ସେମାନେ ଛାତ ଉପରକୁ ଉଠି ଯାଇଥିଲେ । ସେଥି ମଧ୍ୟରୁ ୨ ଜଣ ପାଣି ଘେରରୁ ବାହାରି ଆସିବାରେ ସଫଳ ହୋଇଥିବା ବେଳେ ୫ ଜଣ ସେଠାରେ ପାଣି ଘେରରେ ଫଶି ରହିଥିଲେ । ଖବର ପାଇ ଆଜି ସକାଳେ ଫୁଲବାଣୀ ଅଗ୍ନିଶମ ବାହିନୀ ସେଠାରେ ପହଂଚି ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।
Related Stories
November 24, 2024