ଭୁବନେଶ୍ୱର, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟଶ୍ର ଜେପି ନଡ୍ଡାଙ୍କ ସହ ଓଡିଶାର ରାଜନୈତିକ ସ୍ଥିତି ସମ୍ପର୍କ ଆଲୋଚନା ହେଲା । ସେମାନଙ୍କ ସମ୍ମୁଖରେ ମୁଁ ଓଡିଶାର ଚିତ୍ର ରଖିଲି । ସେମାନେ ଓଡିଶାକୁ ନେଇ ଖୁବ ଚିନ୍ତିତ ଅଛନ୍ତି । ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟଶ୍ର ଜେପି ନଡ୍ଡାଙ୍କୁ ଭେଟି ଓଡିଶା ଫେରିବା ପରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହା କହିଛନ୍ତି ।
ସିବିଆଇ ଓ ଇଡ଼ିର ତଦନ୍ତ ରାଜ୍ୟରେ ହେବ କି ବୋଲି ସାମ୍ବାଦିକ ମାନେ କରିଥିବା ପ୍ରଶ୍ନରେ ଜୟ ନାରାୟଣ କହିଥିଲେ ଯେ ମୁଁ ସିବିଆଇ ଆଉ ଇଡ଼ିର ପ୍ରବକ୍ତା ନୁହେଁ । ସିବିଆଇ, ଇଡ଼ି ଆମର ରାଜନୈତିକ ଅସ୍ତ୍ର ନୁହେଁ । ଆମର କର୍ମ କର୍ତାଙ୍କ ପରିଶ୍ରମରେ ଆମେ ପରିବର୍ତନ ଆଣିବୁ । କିନ୍ତୁ ଓଡିଶାକୁ ସିବିଆଇ ଓ ଇଡ଼ି ଆସିବାର ନିଶ୍ଚିତ ଆବଶ୍ୟକତା ରହିଛି । ଓଡ଼ିଶାରେ ଦୁର୍ନୀତି ଚରମ ସୀମାରେ ରହିଛି । ଓଡ଼ିଶାରେ ଅନେକ ଲୋକ ରହିଛନ୍ତି ଯେଉଁମାନଙ୍କ ଦୁର୍ନୀତିର ଭାରାରେ ଭାରାକ୍ରାନ୍ତ ହୋଇଛି ଓଡ଼ିଶା । ତେଣୁ ମୋତେ ସିବିଆଇ ଓ ଇଡ଼ିର ଆବଶ୍ୟକତା ଉପଲବ୍ଧି ହେଉଛି ।
ସେ କହିଛନ୍ତି ଯେ ଆଗାମୀ ୨୪ ରେ ବିଜେପି ଓଡ଼ିଶାରେ ଫସଲ କାଟିବ । ଏବେ ଆମେ ସାର ଦେଉଛୁ । ୨୪ ରେ ଫସଲ ଅମଳ କରିବୁ ବୋଲି କହିଛନ୍ତି ଜୟ ନାରାୟଣ । ଯେହେତୁ ଫଳ ଧରିନି ସେଥିପାଇଁ ଦେଖା ଯାଉନି କିନ୍ତୁ ଆମେ ଧାନ ବିଲରେ ଚାଷ କାମରେ ଲାଗିଛୁ । ଫସଲ ଅମଳ ପାଇଁ ଯେମିତି ଚାଷ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟ ରହିଛି । ଆମେ ମଧ୍ୟ ସେମିତି ସରକାର ଆଣିବା ପାଇଁ ବିଭିନ୍ନ ପର୍ଯ୍ୟାୟ ଦେଇ ଯାଉଛୁ । ଏକା ଦିନରେ ତ ସବୁ କିଛି ହୁଏ ନାହିଁ । ସେଥିପାଇଁ ପ୍ରକ୍ରିୟା ଜାରି ରହିଛି ।