ଭୁବନେଶ୍ୱର : ଝାରସୁଗୁଡା ବିମାନବନ୍ଦରରୁ କାର୍ଗୋ ସେବା ଶୁଭାରମ୍ଭ କରାଯାଉ I ଏହା ଦ୍ୱାରା କେବଳ ପଶ୍ଚିମ ଓଡିଶା ନୁହେଁ, ପୂର୍ବ ଛତିଶଗଡ ଓ ଉତ୍ତର ଝାରଖଣ୍ଡ ଲୋକେ ବେଶ ଉପକୃତ ହେବେ I ଏହି ଦାବି କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାଷ ଚୌହାନ I ମଙ୍ଗଳବାର ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁବାଷ ଏକ ଚିଠି ଲେଖିଛନ୍ତି I ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ଝାରସୁଗୁଡ଼ାରୁ ‘ଯାତ୍ରୀ ସେବା’ ଆରମ୍ଭ ହେବା ପରେ ପଶ୍ଚିମ ଓଡ଼ିଶାର ପ୍ରାୟ ଦଶଟି ଜିଲ୍ଲାର ଲୋକେ ବେଶ ଉପକୃତ ହେଉଛନ୍ତି I ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ ପୁନେ ଭଳି ମେଟ୍ରୋ ସିଟି ସହ ସିଧାସଳଖ ସଂଯୋଗ ସ୍ଥାପନ ସମ୍ଭବ ହୋଇଛି I ଏଵେ ‘କାର୍ଗୋ ସେବା’ ଜରୁରୀ ହୋଇ ପଡିଛି I ଏହା ଦ୍ୱାରା ହୀରାକୁଦ ଅବବାହିକା ଏବଂ ସମ୍ବଲପୁର -ଝାରସୁଗୁଡା -ରାଉରକେଲା କରିଡୋରର ବିଭିନ୍ନ କୃଷି ଉତ୍ପାଦିତ ସାମଗ୍ରୀ ବିଭିନ୍ନ ରାଜ୍ୟକୁ ପ୍ରେରଣ କରାଯାଇ ପାରିବ I ତେଣୁ ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତିକୁ 5 ଟ୍ରିଲିୟନରେ ପହଞ୍ଚାଇବାକୁ ସ୍ବପ୍ନ ଦେଖୁଥିବାରୁ ଝାରସୁଗୁଡା ବିମାନବନ୍ଦରରେ ବ୍ୟବସାୟ ଦୃଷ୍ଟିରୁ କାର୍ଗୋ ସେବା ଆରମ୍ଭ କରନ୍ତୁ ବୋଲି ଶ୍ରୀ ଚୌହାନ ଅନୁରୋଧ କରିଛନ୍ତି ।
Related Stories
November 21, 2024
November 21, 2024