
ବଲାଙ୍ଗିର, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ସହର ସନ୍ନିକଟ ବିଜାଖମନ ଠାରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ରାସ୍ତାର ଉଭୟ ଶତାଧିକା ଗାଡି ମୋଟର ଅଟକି ରହିଛି। ବଲାଙ୍ଗିର – ଟିଟିଲାଗଡ଼ ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଆଜି ସକାଳୁ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଉଠାଇବାକୁ ଘଟଣାସ୍ଥଳରେ ଯନ୍ତ୍ରପାତି ସହ ରିଲିଫ ଗାଡ଼ି ପହଁଚି କାମ ଆରମ୍ଭ କରି ଦେଇଛନ୍ତି। ବଲାଙ୍ଗିର ଟାଉନ୍ ଥାନା ପୋଲିସ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଖୁବ୍ ଶୀଘ୍ର ସମ୍ପୃକ୍ତ ରୁଟରେ ଯାନବାହାନ ଚଳାଚଳ ସ୍ଵାଭାବିକ ହେବ।