
ଭଞ୍ଜନଗର -ଭଞ୍ଜନଗର ବାଉଁଶ ଲୁଣ୍ଡି ମୁଖ୍ୟ ରାସ୍ତାର ପୋଖରୀ ନିକଟରେ ରହୁଥିବା ବିଜୟ କୁମାର ସାହୁଙ୍କ ବାରିଘରେ ଥିବା କାଠ ଗଦାରେ ଏକ ସାପ ଥିବା ଦେଖି ବିଜୟ ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ ସ୍ୱାଇଁ ଙ୍କୁ ଖବର ଦେଇଥିଲେ । ସଞ୍ଜୟ ଓ ତାଙ୍କର ଜଣେ ସହଯୋଗୀ ଆସି ସେଠାରୁ ସାପଟିକୁ କାବୁ କରି ନେଇଥିଲେ । ତାହା ଏକ ସାଢ଼େଛଅ ଫୁଟ ଲମ୍ବର କୋଳଥିଆ ନାଗ ସାପ ବୋଲି ଜଣାପଡିଛି। ସେହି ସାପକୁ ନେଇ ସୋରାଦେବୀ ଜଙ୍ଗଲ ରେ ଛାଡ଼ି ଦିଆଯାଇଛି।