ଭୁବନେଶ୍ୱର, ବରିଷ୍ଠ ରାଜନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତାରେ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଛନ୍ତି ଯେ ବିଷ୍ଣୁବାବୁ ଜଣେ ଲୋକପ୍ରିୟ ରାଜନେତା ଥିଲେ । ଗୃହ କାର୍ଯ୍ୟରେ ତାଙ୍କ ଦାୟିତ୍ୱ ଓ ନିଷ୍ଠା ତାଙ୍କୁ ବିଧାୟକ ମହଲରେ ବେଶ୍ ଆଦୃତି ଦେଇଥିଲା । ଧାମନଗର ବିଧାୟକ ଭାବେ ସେ ଅଂଚଳବାସୀଙ୍କ ଉନ୍ନତିକଳ୍ପେ ସର୍ବଦା ଚେଷ୍ଟିତ ଥିଲେ । ଜଣେ ସୁସାହିତ୍ୟିକ, ସମାଜସେବୀ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଯାଇଛନ୍ତି । ତାଙ୍କ ଅବର୍ତମାନରେ ସୃଷ୍ଟ ଶୂନ୍ୟସ୍ଥାନ ଅପୂରଣୀୟ ରହିବ ।