ନୂଆଦିଲ୍ଲୀ,ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ବିୟୋଗରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୂ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଓଡିଶାର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଶ୍ରୀ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ସେ ଜଣେ ଭଲ ବିଧାୟକ ହେବା ସହିତ ଉଚ୍ଚ କୋଟିର ଲେଖକ । ତାଙ୍କର ବିୟୋଗରେ ଯେଉଁ ଶୂନ୍ୟ ସ୍ଥାନ ତିଆରି ହୋଇଛି ତାହା ପୂରଣ ହେବା କଷ୍ଟକର । ତାଙ୍କର ପରିବାର, ଶୁଭେଚ୍ଛୁ ଓ ପ୍ରଶଂସକ ମାନଙ୍କୁ ସମବେଦନା ଜଣାଉଛି ।