
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଗୀତିକାର ବଦ୍ରି ମିଶ୍ର ଙ୍କ ଗୀତିକବିତା ସଂକଳନ ‘ସ୍ମୃତି ସେ’ଯେ ଭୁଲିବାର ନୁହେଁ’ର ଅଡିଓ କ୍ୟାସେଟ୍ , ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ପୁରୀ ରାଜଭବନ ରେ ଶ୍ରୀଗଣେଶୀଲାଲ ଏହାକୁ ଉନ୍ମୋଚନ କରିବା ଅବସରରେ ଉତ୍କଳୀୟ ସଂସ୍କୃତି ର ବିକାଶ ପାଇଁ ଅଧିକ ରୁ ଅଧିକ ଗୀତିକବିତା ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ହରିହର ମିଶ୍ର, କବି ରକ୍ଷକ ନାୟକ, ଡକ୍ଟର ଦିଲ୍ଲୀପ ସ୍ବାଇଁ,ମାନସ ରଂଜନ ମହାପାତ୍ର, ଶ୍ୟାମାପ୍ରକାଶ ସେନାପତି, ଚକ୍ରଧର ମହାପାତ୍ର, ଶ୍ରୀକାନ୍ତ ମହାନ୍ତି,ମଂଜୁଶ୍ରୀ ମିଶ୍ର, କ୍ରୀଷ୍ଣା ମହାପାତ୍ର, ଉମାକାନ୍ତ ମହାପାତ୍ର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ପୂର୍ବରୁ ଗୀତିକାର ବଦ୍ରି ମିଶ୍ରଙ୍କ ଗୀତିକବିତା “ଶଦ୍ଦବ୍ରହ୍ମ”ଓଡିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଛି।