
ଭଞ୍ଜନଗର – ଭଞ୍ଜନଗର ନିକଟସ୍ଥ ନୂଆଗାଁ ଗ୍ରାମରେ ଜଣେ ବିବାହିତା ମହିଳା ଆଜି ଭୋର ୩ଟା ସମୟରେ ଘର ସାମନାରେ ଥିବା କୁଅ କୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ସୂଚନା ମୁତାବକ ରୋଜାଲୀନ ଖଣ୍ଡୁଆଳ ନିଜ ଗ୍ରାମର ପ୍ରଦୀପ ଖଣ୍ଡୁଆଳ ଙ୍କୁ ଗତ ବର୍ଷ ବିବାହ କରିଥିଲେ।ହେଲେ ସେ ଗର୍ଭବତୀ ଥିବାରୁ କିଛିମାସ ହେବ ବାପାଘରେ ରହୁଥିଲେ ଗତ କାର୍ତ୍ତିକ ପୂର୍ଣ୍ଣିମା ରେ ରୋଜାଲୀନ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି। ହେଲେ ଆଜି ସକାଳେ ସମସ୍ତେ ଘରେ ଶୋଇଥିବା ବେଳେ ରୋଜାଲୀନ କୌଣସି କାରଣରୁ ଏଭଳି ଚରମ ପଦକ୍ଷେପ ନେଇଥିଲେ। ଘର ଲୋକେ ଚାରିଆଡେ ଖୋଜା ଖୋଜି କରିବା ପରେ ସେହି କୂଅ ରୁ ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପୋଲିସ ଶବ ଜବତ କରି ଭଞ୍ଜନଗର ମେଡିକାଲ କୁ ବ୍ୟବଚ୍ଛେଦ ପାଇଁ ପଠେଇଛି। ହେଲେ ରୋଜାଲୀନ ମାନସିକ ବିକୃତ ଥିବା କିଛି ଲୋକ କହିଛନ୍ତି।