
ପୁରୀ,ପାଗରେ ସୁଧାର ଆସିବା ପରେ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ରେ ଆଜି ପୂର୍ବାହ୍ନରେ ସୂର୍ଯ୍ୟକିରଣ ସୋ ପ୍ରଦର୍ଶନ ହୋଇଛି । ଏଥିରେ ନିଜର କଳାକୌଶଳ ପ୍ରଦର୍ଶନ କରିଛି ବାୟୁସେନା । ଏରୋବେଟିକ୍ ଟିମ୍ ର ଆକାଶ ମାର୍ଗରେ ସାହାସିକତା ପ୍ରଦର୍ଶନ ଏବଂ ଏକା ସାଙ୍ଗରେ ଆକାଶରେ ୯ଟି ଲଢ଼ୁଆ ବିମାନ ଉଡିବା ବେଶ୍ ଉପଭୋଗ୍ୟ ହୋଇଥିଲା । ବହୁ ସଂଖ୍ୟାରେ ସ୍କୁଲ କଲେଜ ଛାତ୍ରଛାତ୍ରୀ, ସହରବାସୀ, ପର୍ଯ୍ୟଟକ ବ୍ଲୁ ଫ୍ଲାଗ ବିଚ୍ ରେ ସମବେତ ହୋଇ ଏହାର ମଜା ଉଠାଇଥିଲେ । ବାୟୁସେନାର ଅଦମ୍ୟ ସାହାସ ପ୍ରଦର୍ଶନ ଯୁବପୀଢ଼ିଙ୍କ ମନରେ ଉତ୍ସାହ ଭରି ଦେଇଥିଲା । କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।