-
ସୂଚନା ଦେଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ
ଭୁବନେଶ୍ୱର, ଓଡିଶାରେ ଆସନ୍ତା ଅକ୍ଟୋବର ୩୧ ତାରିଖରୁ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଅନୁଷ୍ଠିତ ହେବ । ଓଡ଼ିଶା ଗସ୍ତରେ ଆସି ଦୁଇ କେନ୍ଦ୍ରୀୟ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ପ୍ରସ୍ତୁତି କରିବା ପରେ ପାର୍ଟୀ ଅଫିସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି ।
ସେ ଏହି ସୂଚନା ଦେବା ସହ ୍ କରି ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଉଭୟ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ।
ସେ କହିଛନ୍ତି ଯେ ଓଡ଼ିଶାରେ ପଦଯାତ୍ରା କେବଳ ବିଜେପିକୁ ଟାର୍ଗେଟ୍ କରି ନୁହେଁ ବରଂ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଓଡ଼ିଶାରେ ପଦଯାତ୍ରା କରିବୁ । ଅକ୍ଟୋବର ୩୧ରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧି ପାର୍କରୁ ଏହି ଯାତ୍ରା ଆରମ୍ଭ ହେବ ।