ଭୁବନେଶ୍ୱର – ଗତକାଲି ଫାଇନ୍ ଆଦାୟ ୩ ମାସ କୋହଳ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆଜି ଠାରୁ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି କମିଶନରେଟ୍ ପୋଲିସ୍ ।
ମଙ୍ଗଳବାର ଦିନ ଟ୍ରାଫିକ ନିୟମ ନେଇ ଲୋକମାନଙ୍କୁ ସଚେତନ କରିବାକୁ କମିଶନରେଟ ପୋଲିସ ବିନା ହେଲମେଟ୍ ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଫାଇନ କାଟିବା ସହ ସେହି ଟଙ୍କାରେ ହେଲମେଟ୍ ଦେଇଛି । ଆଜି ରାଜଧାନୀର କଳ୍ପନା ଛକରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଯେଉଁ ବାଇକ ·ଳକ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି, ସେମାନଙ୍କଠାରୁ ୫୦୦ ଟଙ୍କା ଫାଇନ ନେବା ସହ ଏହା ବଦଳରେ ହେଲମେଟ ଦିଆଯାଉଛି । ଏହାଦ୍ୱାରା ବାଇକ ·ଳକ ସଚେତନ ହେବା ସହ ହେଲମେଟ ପିନ୍ଧିବେ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି ।
ସେହିପରି କଟକର ମଧୁପାଟଣା ଛକରେ ଟ୍ରାଫିକ୍ ଏସିପି ଓ ଆଇଆଇସି ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଛନ୍ତି । ପୋଲିସ୍ ଅଧିକାରୀମାନେ ନୂଆ ନିୟମ ସମ୍ପର୍କରେ ବୁଝାଇବା ସହ ଗାଡ଼ି ·ଳକଙ୍କୁ ଚକଲେଟ ଓ ଲିଫଲେଟ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଛି ସିନେ କଳାକାର ମଧ୍ୟ ସାମିଲ ହୋଇଥିଲେ ।