-
କହିଲା ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର , ପୋଲିସ ରାଜ୍ୟରେ ନକଲି ଔଷଧ କାରବାରରେ ସଂପୃକ୍ତ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇଛି । ଯଦି କୌଣସି ବ୍ୟବସାୟୀ ନକଲି ଔଷଧ କାରବାର ସହ ସଂପୃକ୍ତ ଥିବାର ପ୍ରମାଣ ମିଳେ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହା ଯାଇଛି ।
ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ କରି କୁହା ଯାଇଛି ଯେ – ଔଷଧ ସଞ୍ଜିବନୀ ସଦୃଶ୍ୟ । ଏହା ମଣିଷକୁ ମୃତ୍ୟୁମୁଖରୁ ରକ୍ଷା କରିଥାଏ । ତେବେ କିଛି ଲାଭଖୋର ବ୍ୟବସାୟୀ ପ୍ରମୁଖ ସହରଗୁଡ଼ିକରେ ନକଲି ଔଷଧ କାରବାର କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି । ଏଥିରେ କେହି ସଂପୃକ୍ତ ଥିବାର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।