ଭୁବନେଶ୍ୱର , ତୁଳସୀ, ପଦ୍ମକେଶର, ସ୍ଫଟିକ ଆଦି ମାଳିର ଧାରଣାରେ ମନୁଷ୍ୟର ଶରୀର ଓ ମନ ଉପରେ ପ୍ରଭାବ ପଡିଥାଏ l ଏହା ଆୟୁର୍ବେଦ ବିଜ୍ଞାନରେ ସିକୃତ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ସତ୍ୟର ସନ୍ଧାନ ପୁସ୍ତକରେ ଦେଇଥିବା ସ୍ଵଳିଖିତ ପ୍ରସ୍ତାବ କୁ ପାଠ କରାଯାଇ ଆଲୋଚନା କରାଯାଇଥିଲା l ପୁରୀରୁ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ନିଜ ଅନୁଭୂତି ପ୍ରକାଶ କରି ୧୧ ପ୍ରକାର ରୁଦ୍ରାକ୍ଷ ର ଔଷଧୀୟ ଗୁଣ ସମ୍ପର୍କରେ କହିଥିଲେ l ଅସଲି ରୁଦ୍ରାକ୍ଷ ପାଣିରେ ବୁଡ଼ିଯାଏ l ଉମାଶଙ୍କର ମିଶ୍ର, ବାଲ୍ମୀକି ନାୟକ ମlଳିର ମଣିଷ ଶରୀର ଉପରେ ପ୍ରଭାବ ନଥାଏ ବୋଲି ପ୍ରକାଶ କରି ଥିଲେ l ନିମାଇଁ ସ୍ବାଇଁ ଏ ବିଷୟ ଶାସ୍ତ୍ର ରେ ଉଲ୍ଲେଖ ନଥିବା କଥା କହିଥିଲେ l ଥିଙ୍କର୍ଷ କ୍ଲବ ର ସଭାପତି ବରଦା ଦାସ ସଭାରେ ସଭାପତିତ୍ବ କରି ଏହା ନିଜ ଅନୁଭୂତି ସlପେଖ୍ୟ ବୋଲି କହିଥିଲେ l ଆସନ୍ତା ଆଲୋଚନା ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ବିଷୟରେ ଅନୁଷ୍ଠିତ ହେବ l ସଭା ର ବୈଷୟିକ ପରିଚାଳନା ବେଙ୍ଗାଲୁର ରୁ ବିଭୁଦତ୍ତ ମହାନ୍ତି କରିଥିଲେ l
ବରଦା ଦାସ
ସଭାପତି, ଥିଂକର୍ସ୍ କ୍ଲବ