ଭୁୁବନେଶ୍ୱର, ମାଟିରେ ମିଶିଛି ଡ୍ରଗ୍ସ ମାଫିଆ ରଞ୍ଜୁର ଘର । ଭୁବନେଶ୍ୱର ୟୁନିଟ-୮ ନାରୟଣୀ ବସ୍ତିରେ ଥିବା ରଞ୍ଜୁର ଘରକୁ ପୋଲିସ୍ ଜେସିବି ଲଗାଇ ଭାଙ୍ଗିଛି । ପି ସୁବ୍ରତ ରାଓ ଓରଫ୍ ଚନ୍ଦୁ ହତ୍ୟା ମାମଲାରେ ଲେଡି ଡନ୍ ରଂଜୁ ଓ ତାର ସହଯୋଗୀ କାହ୍ନା ବର୍ତମାନ ଜେଲ୍ ରେ ଅଛନ୍ତି ।
ରଞ୍ଜୁ ଜଣେ ପେସାଦାର ଲେଡି ନିଶା ମାଫିଆ ହୋଇଥିବା ବେଳେ ପୂର୍ବରୁ ସେ ୨ ଥର ଜେଲ୍ ଯାଇ ଆସିଥିଲେ । ଗତ ୯ ତାରିଖ ରାତିରେ ସୁବ୍ରତ ହତ୍ୟାକାଣ୍ଡରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା ।ରଞ୍ଜୁ ଏବେ ଜେଲ୍ ଭିତରେ ଥିବା ବେଳେ ତାଙ୍କ ନିଶା କାରବାର କରୁଥିବା ତାଙ୍କ ଘରକୁ ଭାଙ୍ଗିଛି କମିଶନରେଟ ପୋଲିସ୍ । ଅପରେସନ ହ୍ୱାଇଟ ସ୍ପାଇଡର ଜରିଆରେ ଆଜି ତାଙ୍କ ଘର ଉପରେ ଜେସିବି ଚଳାଇଛି ପୁଲିସ୍ । ରଞ୍ଜୁ ସରକାରୀ ଜାଗା ମାଡ଼ି ବସି ବେଆଇନ ଭାବେ ଏହି ଘର କରିଥିବା ବେଳେ ଏଠାରୁ ନିଶା କାରବାର ଚଳାଉଥିବା ଅଭିଯୋଗ ହେଉଥିଲା ।