ଭଞ୍ଜନଗର – ବେଳଗୁଣ୍ଠା ବ୍ଲକ ଗିରିସୋଲା ଗ୍ରାମର ରବୀନ୍ଦ୍ର ପ୍ରଧାନ ଏବେ ସର୍ବାହରା, ନା ଅଛି ଧନ ସମ୍ପତ୍ତି,ନା ପରିବାର ଲୋକ ।ଅନ୍ୟର ସାହାଯ୍ୟରେ ସେ ଏବେ ବୃଦ୍ଧା ମାଆ କନ୍ଧୁଣି ପ୍ରଧାନ ଉପରେ ବୋଝ ସାଜିଛନ୍ତି।ପୂର୍ବରୁ ସବୁଥିଲା ରବୀନ୍ଦ୍ର ଙ୍କର,ହେଲେ ଏବେ କିଛି ନାହିଁ।ବଞ୍ଚିବାକୁ ସଂଘର୍ଷ କରିବାକୁ ପଡୁଛି ତାଙ୍କୁ । ତେଣୁ ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭେଟି ନିଜର ଦୁଃଖ ଜଣାଇ ସାହାଯ୍ୟ ମାଗିଛନ୍ତି ଛନ୍ତି ରବୀନ୍ଦ୍ର।ସୁରାଟ ରେ ରହି କାମ କରି ପରିବାର ପ୍ରତିପୋଷଣ କରୁଥିଲେ ରବୀନ୍ଦ୍ର।ହେଲେ ନିଜ ସାନ ଭଉଣୀ ର ୨ଟି ଯାକ କିଡନୀ ନଷ୍ଟ ହେବାପରେ ରବୀନ୍ଦ୍ର ନିଜର ଏକ କିଡନୀ କୁ ଦାନ କରିଥିଲେ ସେହି ଭଉଣୀ କୁ। କିଛିଦିନ ପରେ ଜ୍ୱରରେ ଆକ୍ରାନ୍ତ ହୋଇ ପଡିଯିବାରୁ ରବୀନ୍ଦ୍ର ପକ୍ଷାଘାତ ରୋଗର ଶିକାର ହେବା ସହ ବାକ୍ ଶକ୍ତି ହରାଇ ବସିଲେ। ଏହା ଦେଖି ସ୍ତ୍ରୀ ନିଜ ପୁଅ କୁ ନେଇ ରବୀନ୍ଦ୍ରକୁ ଛାଡି ଚାଲିଯାଇଥିଲେ।ସେହିଦିନ ଠାରୁ ରବୀନ୍ଦ୍ରଙ୍କ ଯତ୍ନ ନେଲେ ମାଆ କନ୍ଧୁଣି ଦେବୀ । ରହିବାକୁ ଘର ଖଣ୍ଡେ ନାହିଁ, ଖାଇବାକୁ କିଛି ନାହିଁ, ଯିଏ ଯାହା ଦୟାରେ ଦେଲା ସେଥିରେ ଉଭୟେ ଚଳିବା ମୁସ୍କିଲ ହୋଇପଡିଲା। ବାଧ୍ୟ ହୋଇ ମାଆ କନ୍ଧୁଣି ବିକଳାଙ୍ଗ ପୁଅ କୁ ଧରି ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଙ୍କୁ ଭେଟି ସାହାଯ୍ୟ ମାଗିବାରୁ ତାଙ୍କୁ ରେଡକ୍ରସ ପାଣ୍ଠିରୁ ଜିଲ୍ଲାପାଳ ୫ହଜାର ଟଙ୍କା ସହାୟତା ଦେବା ସହ ଅନ୍ୟାନ୍ୟ ସୁବିଧା ଯୋଗେଇ ଦେବାକୁବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Related Stories
November 22, 2024