ବଲାଙ୍ଗିର, ବିଚାର ପ୍ରକ୍ରିୟାକୁ ସରଳୀକରଣ କରିବା ତଥା ଲୋକମାନଙ୍କୁ ସୁବିଧାରେ ନ୍ୟାୟ ପ୍ରଦାନର ଲକ୍ଷ୍ୟ ନେଇ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଆରମ୍ଭ ହୋଇଛି ପେପର୍ ଲେସ୍ କୋର୍ଟ। ଏହି କୋର୍ଟକୁ ବଲାଙ୍ଗିର ଜିଲ୍ଲା ଦୌରାଜଜ ଲଲାଟେନ୍ଦୁ ଜେନା ଫିତା କାଟି ଉଦଘାଟନ କରିଥିଲେ। ଏହି ନୂତନ କୋର୍ଟ ସାଧାରଣ ଲୋକଙ୍କୁ ସୁବିଧାରେ ଓ କମ୍ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୋଇପାରିବ ବୋଲି ଜିଲ୍ଲା ଦୌରାଜଜ ଶ୍ରୀ ଜେନା ଆଶାବ୍ୟକ୍ତ କରିଛନ୍ତି।
ଏହି ଉଦଘାଟନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ, ସମ୍ପାଦକ ଅଧିକାରୀ ଦାନ୍ତାଙ୍କ ସମେତ ବଲାଙ୍ଗିର ସିଭିଲ କୋର୍ଟ ର ସମସ୍ତ ଷ୍ଟାଫ୍ ଓ ବିଚାରପତି ମାନେ ଉପସ୍ଥିତ ଥିଲେ।