-
ଭିଜିଲାନ୍ସ ତଦନ୍ତ ଆରମ୍ଭ
ମାଲକାନଗିରି, ମାଲକାନଗିରି ଜିଲ୍ଲାର ବହୁ ଚର୍ଚ୍ଚିତ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଘଟଣାରେ ଓଡିଶା ଭିଜିଲାନ୍ସ ଆରମ୍ଭ କରିଛି ତଦନ୍ତ । ତତ୍ କାଳୀନ ମାଲକାନଗିରି ଜିଲ୍ଲାପାଳ ଡା.ୟଦୁଲା ବିଜୟଙ୍କ ନାମରେ ଲଘୁ ଖଣିଜ ଟେଣ୍ଡର ଫିକ୍ସିଙ୍ଗ ମାମଲାରେ ଆସିଥିଲା ଅଭିଯୋଗ। ଯାହାକୁ ନେଇ ଟେଣ୍ଡରରେ ଭାଗ ନେଇଥିବା ଅନ୍ୟ ଲିଜ୍ ଧାରୀମାନେ ବରିଷ୍ଠ ଆଇନଜୀବି ନୃସିଂହ ଚରଣ ମହାନ୍ତିଙ୍କ ସହାୟତାରେ ଲୋକାୟୁକ୍ତଙ୍କ ଠାରେ ତତ୍ କାଳୀନ ଜିଲ୍ଲାପାଳ ଡା.ୟଦୁଲା ବିଜୟଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଲୋକାୟୁକ୍ତ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଏହାର ତଦନ୍ତ କରିବାକୁ ଓଡିଶା ଭିଜିଲାନ୍ସ ବିଭାଗକୁ ଦେଇଥିବା ଜଣାପଡିଛି । ଯାହା ଫଳରେ କଟକ ଭିଜିଲାନ୍ସ ହେଡକ୍ଵାର୍ଟର ଭିଜିଲାନ୍ସ ଇନ୍ସପେକ୍ଟର ବ୍ରଜକିଶୋର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଆଜି ମାଲକାନଗିରି ଆସି ମାଲକାନଗିରି ତହସିଲ ଓ ମୋଟୁ ତହସିଲରୁ ଟେଣ୍ଡର ସମ୍ପ୍ରକିତ ବିଭିନ୍ନ କାଗଜପତ୍ର ସଂଗ୍ରହ କରିବା ସହ ଲୋକାୟୁକ୍ତଙ୍କ ଠାରେ ଅଭିଯୋଗ କରିଥିବା ଆଇନଜୀବି ଓ ଖଣି ଲିଜ ପାଇଁ ଆବେଦନ କରିଥିବା ପ୍ରଭାକର ପ୍ରଧାନ, ରୁଦ୍ର ପାତ୍ର ସହ ଅନ୍ଯଆବେଦନ କାରି, ମୋଟୁ ପୂର୍ବତନ ତହସିଲଦାର ଶଶାଙ୍କ ମିଶ୍ର ଲୋକଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରକାଶ ଥାଉ କି ଅଭିଯୋଗ ପରେ ଟେଣ୍ଡର ବାତିଲ ହୋଇ ପୁନଃ ଟେଣ୍ଡର କରାଯାଇଛି।