ମାଲକାନଗିରି,କୁଡୁମୁଲୁଗୁମ୍ମା ସ୍ଥିତ ଦିଦାୟୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଦିଦାୟୀ ଜନଜାତିଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ଏକ ରୋଜଗାରଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆଜି ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୁର୍ଣ୍ଣ ଚନ୍ଦ୍ର ବାକା ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା, ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ବଳୀ ମାଝୀ, କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ପରିବର୍ତ୍ତନ ସ୍ଵେଚ୍ଛାସେବୀ ସଂସ୍ଥାର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ, ବିଧାୟକ ପ୍ରତିନିଧି ସାଧୁ ହନ୍ତାଳ, କୁଡୁମୁଲୁଗୁମ୍ମା ଦିଦାୟୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ରାଜେଶ ରୋଶନ ପଟ୍ଟନାୟକ, ଓଡ଼ିଶା ଜୀବିକା ମିଶନର ଅଧିକାରୀ ପର୍ଶୁରାମ ବେହେରା, ସାମାଜିକ ସଂଗଠକ ସୁନୀଲ କୁମାର ଦୁନା, କନିଷ୍ଠ କୃଷି ଅଧିକାରୀ ବିସ୍ମୟ ରଞ୍ଜନ ପଣ୍ଡା, ପୋଷଣ ସହ କାର୍ଯ୍ୟକର୍ତ୍ତା ରଞ୍ଜିତ ପ୍ରଧାନ ଏବଂ ଓପି ଲିପିର ସ°ଯୋଜକ ରାମହରି ବଳ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ବିଧାୟକ ଶ୍ରୀ ବାକା, ଠାକୁର ଜଗନ୍ନାଥଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ବଳନ କରିଥିଲେ ଓ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଆୟଭିତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦିଦାୟୀ ସ°ପ୍ରଦାୟ ମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ୨୭୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ୧୦ ଗୋଟି ଦିଦାୟୀ ସ୍ଵୟଂ ସହାୟକ ଦଳକୁ ସର୍ବମୋଟ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଚେକ୍ ମାଧ୍ୟମରେ ଯୋଗାଇ ଦିଆଯାଇଥିଲା ଯାହା ଫଳରେ ଆସନ୍ତା ଦିନରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିପାରିବେ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସ୍ଵାବଲମ୍ବୀ ଭାବେ ଜୀବନ ଯାପନ କରିପାରିବେ । କାର୍ଯ୍ୟକ୍ରମ ଶେଷରେ ପ୍ରକଳ୍ପ ପରିଚାଳକ ଶ୍ରୀ ପଟ୍ଟନାୟକ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ ସହିତ ସମସ୍ତଙ୍କ ସହଯୋଗ କାମନ କରିଥିଲେ ।