-
କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
ଭୁୁବନେଶ୍ୱର, ଅନୁସୂଚିତ ଜନଜାତି ବର୍ଗ ତାଲିକାରେ ସାମିଲ ପାଇଁ ରାଜ୍ୟ ସରକାର ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅନୁରୋଧ କରିଛନ୍ତି ।
ସେ ଏହି ପତ୍ରରେ କହିଛନ୍ତି ଯେ ୧୯୭୮ ମସିହା ପର ଠାରୁ ୧୬୦ ଟି ଜାତିକୁ ଅନୁସୂଚିତ ଜନଜାତି ବର୍ଗର ତାଲିକାରେ ସାମିଲ କରିବା ରାଜ୍ୟ ସରକାର ପ୍ରସ୍ତାବ ଦେଇ ଆସିଛନ୍ତି । ଜନଜାତୀୟ ପରାମର୍ଶଦାତା ପରିଷଦର ଅନୁମୋଦନ କ୍ରମେ ଏହି ପ୍ରସ୍ତାବ ମାନ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରଣାଳୟକୁ ପଠା ଯାଇଛି । ଏମାନଙ୍କ ମଧ୍ୟରୁ କିଛି ନୂଆ ଅଛନ୍ତି । ୍ଅନ୍ୟ ମାନେ ବିଭିନ୍ନ ସବ ଟ୍ରାଇବ ସବସେଟ ରହିଥିବା ବେଳେ କିଛି ରାଜ୍ୟରେ ରହୁଥିବା ଜନଜାତି ବର୍ଗର ଲୋକ ମାନଙ୍କ ସହ ଉଚ୍ଚାରଣରେ ସାମାନ୍ୟ ଭିନ୍ନତା ହୋଇଥିବା କାରଣରୁ ସେମାନଙ୍କୁ ଏସଟି ମାନ୍ୟତା ମିଳି ପାରି ନାହିାଁ ତେଣୁ ସେମାନେ ଦୀର୍ଘ ଦିନ ଧରି ଐତିହାସିକ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି ।
ସେ ଏହି ପତ୍ରରେ ଲେଖିଛନ୍ତି ଯେ ଏହି କାରଣରୁ ଏହି ଲମ୍ବିତ ପ୍ରସ୍ତାବ ଗୁଡିକ ଉପରେ ବିଚାର କରି ଏହି ଲୋକ ମାନଙ୍କର ସହ ଅନ୍ୟାୟକୁ ଶୀଘ୍ର ଦୂର କରା ଯାଉ ।