-
ସବୁ ମହଲରୁ ଶୁଭକାମନାର ସୁଅ
ଭୁବନେଶ୍ୱର, ଶନିବାର ଦିନ ୭୨ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଚାଲିଛି । ସେହିପରି ବିଜେପି ପକ୍ଷରୁ ସାରା ଦେଶରେ ଆଗାମୀ ୧୫ ଦିନ ଧରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରା ଯିବ । ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସକୁ ନେଇ ତାଙ୍କୁ ବିଭିନ୍ନ ମହଲାରୁ ଶୁଭକାମନାର ସୁଅ ଛୁଟିଛି ।
ମିଳିଥିବା ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଆଗାନୀ ୧୫ ଦିନ ଯାଏ ସାରା ଦେଶରେ ବିଭିନ୍ନ ସେବାକାର୍ଯ୍ୟ ମାନ ଅନୁଷ୍ଠିତ ହେବ । ସେବାପକ୍ଷ ଅବସରରେ ୧୭ ତାରିଖ ଦିନ ମୋଦିଜୀଙ୍କ ଜନ୍ମଦିନ, ୨୫ ତାରିଖ ଦିନ ପଣ୍ଡିତ ଦୀନଦାୟାଲଜୀଙ୍କ ଜୟନ୍ତୀ ଏବଂ ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ପାଳନ କରାଯିବ ।
୧୫ ଦିନ ଧରି ପାଳନ କରାଯିବାକୁ ଥିବା ସେବାପକ୍ଷ ପାଳନ ଅବସରରେ ମୋଦିଜୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନର କାମନା କରାଯିବ । ସହିତ ବିଭିନ୍ନ ସେବାମୁଳକ କାର୍ଯ୍ୟ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, କୃତ୍ରିମ ଅଙ୍ଗ ଓ ଉପକରଣ ପ୍ରଦାନ, ପ୍ରଦର୍ଶନୀମାନ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ । ୧୭ ଓ ୧୮ ତାରିଖ ଦିନ ଯୁବମୋର୍ଚ୍ଚା ଦ୍ୱାରା ପ୍ରତ୍ୟେକ ଜିଲ୍ଲାରେ ରକ୍ତଦାନ ଶିବିରର ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ, ଦୂରଦୃଷ୍ଟି, ନୀତି ଓ ଉପଲବ୍ଧିକୁ ନେଇ ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ବୁଦ୍ଧିଜୀବି ପ୍ରକୋଷ୍ଟ ତରଫରୁ “ବୁଦ୍ଧିଜୀବି ସମ୍ମିଳନୀ” ଅନୁଷ୍ଠିତ ହେବ ।
ସେହିପରି ସେପ୍େଟମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର, ସେପ୍େଟମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ବୃକ୍ଷରୋପଣ ଓ ଜଲ ସଂରକ୍ଷଣ; ସେପ୍େଟମ୍ବର ୨୩ ଓ ୨୪ ସ୍ୱଚ୍ଛତା ଅଭିଯାନ କରାଯିବ । ‘ସେବାପକ୍ଷ’ ଅବସରରେ ପଣ୍ଡିତ ଦୀନଦୟାଲ ଜୟନ୍ତୀ ମଧ୍ୟ ପାଳିତ ହେବ । ଏହି ଅବସରରେ ୨୫ ତାରିଖ ଦିନ ମନ୍ କି ବାତ୍?; ସେପ୍େଟମ୍ବର ୨୬ ରୁ ୨୮ ଟୀକାକରଣ ଅଭିଯାନ; ଅକ୍ଟୋବର ୧ ତାରିଖ ଦିନ ‘ବିବିଧତାରେ ଏକତା ଦିବସ’ ପାଳନ ଅବସରରେ ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ବାର୍ତାକୁ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରାଯିବ ।
‘ସେବାପକ୍ଷ’ର ଅନ୍ତିମ ଦିନ ଅକ୍ଟୋବର ୨ ତାରିଖ ଦିନ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯିବା ସହିତ ବାପୁଙ୍କ ସିଦ୍ଧାନ୍ତ, ସ୍ୱଦେଶୀ, ଖଦୀ, ସ୍ୱାବଲମ୍ବନ, ସରଳତା ଏବଂ ସ୍ୱଚ୍ଛତା ସଂପର୍କରେ ସମସ୍ତଙ୍କୁ ଜାଗରଣ କରିବା ପାଇଁ ଅଭିଯାନ କରାଯିବ । ‘ଆତ୍ମନିର୍ଭର’ କାର୍ଯ୍ୟକ୍ରମକୁ ‘ଭୋକାଲ୍ ଫର୍ ଲୋକାଲ୍’ ମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବାର କାର୍ଯ୍ୟକ୍ରମ ରହିଛି ।