ଭୁବନେଶ୍ୱର, ମାଟିରେ ମିଶିଛି ୁ ଆଚାର୍ଯ୍ୟ ବିହାରସ୍ଥିତ ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ମଟନ ହୋଟେଲ । ବିଏମସିର କାର୍ଯ୍ୟାନୁଷ୍ଠାନ ସତ୍ୱେ ଏହାକୁ ବେଖାତିର କରି ହୋଟେଲ ଖୋଲିବା ମହଙ୍ଗା ପଡିଛି କିଶୋରଙ୍କୁ । ଶୁକ୍ରବାର ଦିନ ଉଭୟ ବିଏମସି ଓ ବିଡିଏ ମିଳିତ ଭାବେ ଚଢ଼ାଉ କରି କିଶୋର ଭାଇନାଙ୍କ ହୋଟେଲ ଉପରେ ବୁଲଡୋଜର ଚଲାଇ ଦେଇଛନ୍ତି ।
ଗତ କିଛି ଦିନ ଧରି ବିଏମ୍ସି ତରଫରୁ ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ପରଖା ଯାଉଛି । ଗତ ବୁଧବାର ବିଏମ୍ସି ପକ୍ଷରୁ ଆଚାର୍ଯ୍ୟ ବିହାରସ୍ଥିତ ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ମଟନ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ କିଶୋର ଭାଇନାଙ୍କ ଫୁଡ ଲାଇସେନ୍ସ ନବୀକରଣ ହୋଇ ନ ଥିବା ଜଣାପଡ଼ିଥିଲା । ଏହାବାଦ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ଖାଦ୍ୟର ମାନ ନିମ୍ନମାନର ଥିଲା । ଖାଦ୍ୟରେ ନିମ୍ନମାନର ସସ୍ ଓ ରଙ୍ଗ ମଧ୍ୟ ମିଶାଯାଉଥିବା ଜଣାପଡ଼ିଲା । ଫଳରେ ବିଏମ୍ସି କିଶୋଇ ଭାଇନାଙ୍କ ହୋଟେଲକୁ ସିଲ୍ କରି ଫାଇନ୍ କଟାଯାଇଥିଲା । ଟ୍ରେଡ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଥିଲା । ତେବେ ଗୁରୁବାର ପୁଣି ଥରେ ସ୍ୱାଭାବିକ ଭାବେ ଦୋକାନ ଖୋଲିଥିଲେ କିଶୋର ଭାଇନା । ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରସାରିତ ହେବା ପରେ ଲୋକେ ବିଏମ୍ସି କୁ ପ୍ରଶ୍ନ କରିଥିଲେ । ଏହାପରେ ଆଜି ବିଏମସି ଓ ବିଡିଓ କର୍ମଚାରୀ କିଶୋର ଭାଇନା ହୋଟେଲ ନିକଟରେ ପହଂଚି ଯାଂଚ କରିଥିଲେ । ସରକାରୀ ଜମି ଉପରେ ଏହି ଦୋକାନ ଛିଡ଼ା ହୋଇଥିବା କାଗଜପତ୍ରରୁ ଜାଣିବାକୁ ପାଇଥିଲେ ।