-
ଯୋଗଦେବେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ. ସନ୍ତୋଷ
ଭୁବନେଶ୍ୱର, ଆଜି ବିଜେପି ପ୍ରଶିକ୍ଷଣ ଶିବିରର ସମାପନ ହେବ । ତିନି ଦିନିଆ ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ. ସନ୍ତୋଷ ଯୋଗଦେବେ । ଆଜି ଶେଷ ଦିନରେ ଉଦବୋଧନ ଦେବାକୁ ବିଏଲ ସନ୍ତୋଷ ଭୁବନେଶ୍ୱର ପହଂଚି ସାରିଛନ୍ତି । ସେହିପରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଧା ମୋହନ ସିଂହ କୃଷି ପ୍ରସଙ୍ଗକୁ ନେଇ ପ୍ରଶିକ୍ଷଣ ଦେବେ । ବି. ଏଲ. ସନ୍ତୋଷ ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୋଦୀ ସରକାରଙ୍କ ବିଭିନ୍ନ ନୀତି ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ କର୍ମୀଙ୍କ ସହ ଚର୍ଚ୍ଚା କରିବେ ।