ନୂଆଦିଲ୍ଲୀ, ମାଲେସିଆର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଡ, ଟୁନ ଏସ ସାମୀ ବେଲୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ମାଲେସିଆର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଏବଂ ମାଲେସିଆର ପ୍ରଥମ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ ଡ, ଟୁନ ଏସ ସାମୀ ବେଲୁଙ୍କ ବିୟୋଗରେ ମୁଁ ଦୁଃଖୀ । ତାଙ୍କ ପରିବାର ପ୍ରତି ହାର୍ଦିକ ସମବେଦନା ।