ନୂଆଦିଲ୍ଲୀ, ଇଂଜିନିୟରିଂ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ ଇଂଜିନିୟର ସାର୍ ଏମ ବିଶ୍ୱଶରୈୟାଙ୍କୁ ସ୍ମରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ସମସ୍ତ ଇଂଜିନିୟରଙ୍କୁ ଇଂଜିନିୟର୍ସ ଦିବସରେ ଅଭିନନ୍ଦନା ଆମ ଦେଶ ଧନ୍ୟ ଯେ ଆମ ନିକଟରେ କୁଶଳୀ ଓ ପ୍ରତିଭାଶାଳୀ ଇଂଜିନିୟର ମାନଙ୍କର ଏକ ପୋଲ ରହିଛି ଯାହା ଆମର ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେଉଛି । ଆମ ସରକାର ଅଧିକ ଇଂଜିନିୟରିଂ କଲେଜର ନିର୍ମାଣ ସହିତ ଇଂଜିନିୟରିଂ ପାଠ ପଢା ପାଇଁ ମୌଳିକ ଭିତିଭୂମିକୁ ବଢାଇବାକୁ କାମକରୁଛି ।
ଆଉ ଏକ ଟ୍ୱିଟରେ ସେ ପ୍ରଖ୍ୟାତ ଇଂଜିନିୟର ସାର୍ ଏମ ବିଶ୍ୱଶରୈୟାଙ୍କୁ ସ୍ମରଣ କରିଛନ୍ତି ।