ଭୁବନେଶ୍ଵର, ନିଷ୍କ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ଆଗାମୀ ୨ ରୁ ୩ ଦିନ ଯାଏଁ ଗୁଳୁଗୁଳି ସମ୍ଭାବନା ରହିଛି । ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ରହିବା ସହ ବିଶେଷ ବର୍ଷା ସମ୍ଭାବନା ନଥିବାରୁ ଆକାଶ ପ୍ରାୟ ମେଘମୁକ୍ତ ରହିବ । ଯାହାର ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ଏବଂ ବାୟୁମଣ୍ଡଳର ଉଚ୍ଚ ଆର୍ଦ୍ରତା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତି ଅଂଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 24, 2024
November 24, 2024