ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜ ଅନ୍ତର୍ଗତ ଟୁଙ୍ଗୁରୀ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଡିଏଫଓ ଯଶୋବନ୍ତ ସେଠୀ । ଗିରଫ ୬ ଅଭିଯୁକ୍ତ ହେଲେ ନାଗ ଟିଗା (୩୯), ପରମା ଟିଗା (୫୮), ବିର୍ଶା ଓରାମ (୪୧), ଅଜୟ ଓରାମ (୨୮), ସଲନ ଓରାମ (୩୦) ଏବଂ ବିଶୁ ଓରାମ (୩୨) । ଏମାନଙ୍କ ଠାରୁ ଏକ ବର୍ଚ୍ଛା ଜବତ କରାଯାଇଛି ।
ଗତ ୯ ତାରିଖ ରାତିରେ ଅଭିଯୁକ୍ତ ମାନେ ନିଜ ଧାନ ଫସଲକୁ ଜଗିଥିବା ବେଳେ ଏହି ଦନ୍ତାହାତୀଟି କ୍ଷେତରେ ପଶି ଧାନ ଖାଇବା ଆରମ୍ଭ କରିଥିଲା । ଏମାନେ ହାତୀଟିକୁ ସେଠାରୁ ଘଉଡାଇବାକୁ ଚେଷ୍ଟା କରି ବିଫଳ ହେବାରୁ ତାକୁ ଆକ୍ରମଣ କରିଥିଲେ । ଫଳରେ ହାତୀଟିର ମୃତ୍ୟୁ ଘଟିଥିଲା ।୧୦ ତାରିଖ ସକାଳୁ ବାଙ୍କୀ ରେଞ୍ଜ ଅନ୍ତର୍ଗତ ଟୁଙ୍ଗୁରୀ ଜଙ୍ଗଲରୁ ଠାବ ହୋଇଥିଲା ଏହି ଦନ୍ତା ହାତୀର କ୍ଷତବିକ୍ଷତ ମୃତଦେହ । ମୃତ ହାତୀର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା ।