ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଗାଡି ମାଲିକ ମାନଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଁଚିଛି । ଗତକାଲି ସହରର ରୟାଲ ପଡିଆରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହିତ ଗତକାଲି ଠାରୁ ସହରରେ ଚାଲୁଥିବା ଟ୍ରାକ୍ଟରଗୁଡିକ ବନ୍ଦ କରି ଦିଆଯାଇଛି । ସହରରେ ଘରୋଇ ଓ ସରକାରୀ ନିର୍ମାଣ ପାଇଁ ଟ୍ରାକ୍ଟର ଗୁଡିକ ବାଲି, ମେଟାଲ, ମୋରମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଛନ୍ତି ।ହେଲେ ରାଜସ୍ବ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମାତ୍ରାଧିକ ସରକାରୀ ଫାଇନ ଆଦାୟ କରୁଥିବା ଅଭିଯୋଗ ହେଉଛି। ସରକାରୀ ବାଲି ଘାଟରୁ ବାଲି ଆଣିଲେ ବି ଘାଟ ଠିକାଦାର ରୟାଲଟି ଟନ୍କା ଆଦାୟ କରି ଆବଶ୍ୟକ ପରିବହନ ଅନୁମତି ଫର୍ମ ଓ ରୟାଲଟି ରସିଦ ଦେଉନାହିଁ । ସେପଟେ ବେଆଇନ ଓ ଚୋରି ବାଲି ନାଁରେ ରାଜସ୍ବ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମନଇଛା ଫାଇନ ଆଦାୟ କରୁଛନ୍ତି। ଘାଟ ଠିକାଦାର ରସିଦ ଦେବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲେ ବି କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ କୋଟି କୋଟି ଟଙ୍କା ବ୍ୟାଙ୍କ ଋଣ କରି ବେକାରୀ ଯୁବକ ବା ନିରୀହ ଟ୍ରାକ୍ଟର ମାଲିକ( ବ୍ୟବସାୟୀ ) ମାନଙ୍କ ଉପରେ ପ୍ରଶାସନ ଜୁଲମ କରିଆସୁଥିବା ବେଳେ ଅନ୍ୟପଟେ କିନ୍ତୁ ପାଖ ଆଖ ଜ଼ିଲ୍ଲାର ବଡ଼ ବଡ଼ ପ୍ରଭାବଶାଳୀ ବ୍ୟକ୍ତି ନେତା ମନ୍ତ୍ରୀଙ୍କ ଚୋରା ବାଲି ଲୋଡିଙ୍ଗ ଶହ ଶହ ହାୱାଇ ଗାଡିକୁ ପ୍ରତିଦିନ ରାତିରେ ଛାଡି ଦେଇ ଏମାନଙ୍କ ସହିତ ପ୍ରଶାସନ ସଲା ସୁତୁରା କରିଥିବା ଅଭିଯୋଗ ହେଉଛି। ଯାହାର ପ୍ରମାଣ ହେଲା କାଲି ରାତିରେ ପାଖ ଜ଼ିଲ୍ଲାର କୌଣସି ଏକ ମନ୍ତ୍ରୀଙ୍କ ଯେଉଁ ତିନୋଟି ହାଇୱା ଗାଡିକୁ ପବ୍ଲିକ ସହିତ ଟ୍ରାକ୍ଟର ସଂଘ ବୁଢା ରାଜା ଛକରେ ଧରି ଜ଼ିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି ବୋଲି ଆଲୋଚନା ହେଉଛି। ଏ ହାଇୱା ଗାଡି ମାଲିକଙ୍କ ବିରୁଦ୍ଧରେ କେତେ ଫାଇନ ଓ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଏବେ ରୋଚକ ଖବର ହେଇଛି ଏବଂ ବାହାର ବାଲି ଚୋରା ଗାଡିକୁ କଡାକଡ଼ି ଭାବେ ଧରପଗଡ଼ କରି ତୁରନ୍ତ ସ୍ଥାନୀୟ ଟ୍ରାକ୍ଟର ମାଲିକ ସଂଘର ଦାବୀ ସମାଧାନ ନ କଲେ ଓ ପେଟ ପାଟଣା ଉପରେ ହକ ଉପରେ ବାଧା ଦେଲେ ଟ୍ରାକ୍ଟର ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆମେ ଗାଡି କାଗଜପତ୍ର ଯାଞ୍ଚ କରି ଡିଆଇ ପିଆରଓଙ୍କ ଜରିଆରେ ସାମ୍ବାଦିକଙ୍କୁ ସୂଚନା ଦେବୁ ବୋଲି ପୂର୍ବାହ୍ନ ୧୧ଟା ରେ କିଛି ଗଣମାଧ୍ୟମକୁ ତହସିଲଦାର ନବୀନ ପାଢ଼ୀ କହିଛନ୍ତି। ରାତାରାତି ବଡ଼ ବଡ଼ିଆ ଲୋକଙ୍କ ଚୋରା ଚାଲାଣ ବାଲି ଗାଡି ଜାଣି ଶୁଣି ଛାଡୁ ଥିବାର ବିଷୟ ଅଭିଯୋଗ ହେଉଥିବା ମିଡ଼ିଆଙ୍କ ପ୍ରଶ୍ନରେ ଉତ୍ତର ରଖି “ମୋତେ ଯଦି ପୋଲିସ ଫୋର୍ସ ର ସୁରକ୍ଷା ଦିଆଯିବ ତାହେଲେ ୨୪ ଘଣ୍ଟା ଗାଡି ଯାଞ୍ଚ କରିବି ଆଉ ସହର ବାହାର କୌଣସି ଗାଡିକୁ ଛାଡ଼ିବିନି, ଆଉ ଯାହା ସ୍ଵାର୍ଥରେ ଆଞ୍ଚ ଆସିବ ସେମାନେ ଆନ୍ଦୋଳନ କରିବା ସ୍ଵାଭାବିକ ବୋଲି କହିଥିଲେ। ଏବଂ ଟ୍ରାକ୍ଟର ସଂଘର ଦାବୀ ସମାଧାନ ଦିଗରେ ଏ ଯାଏ ପ୍ରଶାସନ ଗୁରୁତର ସହିତ ବିଚାର ବିମର୍ଶ କରିନି ବୋଲି କହିଥିଲେ। ଯାହାକି ତାଙ୍କ ହାବଭାବରୁ ପ୍ରଶାସନର କିଛି ଦୁର୍ବଳତା ଓ ଅଡୁଆରେ ଥିବା ବିଷୟ ବାରି ହୋଇ ପଡୁଥିଲା।
Related Stories
November 24, 2024
November 24, 2024