ବଲାଙ୍ଗୀର, ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦର ମୁଖପତ୍ର ସୁଭାଷ ଚିନ୍ତନର ତୃତୀୟ ସଂସ୍କରଣ ମା ସମଲେଶ୍ଵରୀ ମନ୍ଦିରରେ ଗତକାଲି ସନ୍ଧ୍ଯାରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମା ସମଲେଶ୍ଵରୀଙ୍କ ପୀଠରେ ଧୂପଦୀପ ନୈବେଦ୍ୟ ସହ ପୁସ୍ତକର ତୃତୀୟ ସଂଖ୍ୟା ସମର୍ପିତ କରାଯାଇଛି । ପରିଷଦର ଆବାହକ ବୀରେନ୍ଦ୍ର ବନଛୋରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସାରସ୍ଵତ ସମାରୋହରେ ପତ୍ରିକାର ବିଭିନ୍ନ ଆଲେଖ୍ୟ ବିଷୟରେ ଆଲୋକପାତ କରାଯାଇଥିଲା । ନେତାଜୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ବଲାଙ୍ଗୀର ବିକାଶ ଭିତ୍ତିକ ସ୍ମରଣିକାର ବିଭିନ୍ନ ଦିଗ ପ୍ରତି ପର୍ଯ୍ୟାଲୋଚନା ହୋଇଥିଲା। ଏହି ସମାରୋହରେ ଆଇନଜୀବୀ ଜୟକୃଷ୍ଣ ସାହୁ, ପ୍ରିୟରଂଜନ ବହିଦାର, ଓମ୍କାର ନାୟକ, ନିମାଇଁଚରଣ ପାଣିଗ୍ରାହୀ, ରାଜକିଶୋର ଦାଶ, ପଦ୍ମଚରଣ ଆଚାର୍ଯ୍ୟ, ଗୋପାଲଜୀ ପାଣିଗ୍ରାହୀ, କୁନୁ ପଣ୍ଡା, ଶଶୀଭୂଷଣ ପୁରୋହିତ, ଗୋପାଳ ହୋତା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପତ୍ରିକାର ସଂପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ରାଜୀବ ଷଡଙ୍ଗୀ, ମୁରଲିଧାରୀ ପତି, ସତ୍ୟଜିତ ବାବୁ, ପ୍ରଦୀପ ଭୋଇ, ମୋହନ ପଣ୍ଡା, ରଘୁ ନନ୍ଦନ ସିଂହ, ସୟେଦ ଅଫତାବ ହୁସେନ, ଐଶ୍ଵର୍ଯ୍ୟା ଦାଶ, ନରେନ୍ଦ୍ର ଆଚାର୍ଯ୍ୟ, ଅସୀମ ଭୋଇ, ରାଜୀବ ବେହେରା, କମଳ ଚକ୍ରବର୍ତ୍ତୀ, ସଂଜୟ ଭୋଇ, ବ୍ରଜବନ୍ଧୁ ସାଏ, ସମଲେଶ୍ଵରୀ ପ୍ରିଣ୍ଟରସ୍ ର ସତ୍ଵାଧିକାରୀ ମନୋଜ କେଜ୍ରିୱାଲ, ତାଙ୍କ ଧର୍ମପତ୍ନୀ ରେଣୁ କେଜ୍ରିୱାଲ, ସମଲେଶ୍ଵରୀ ମନ୍ଦିରର ପୂଜକ ମହେନ୍ଦ୍ର ଦିଶ୍ରୀ ତଥା ସହରର ବହୁ ବୁଦ୍ଧିଜିବୀ ଓ ସାହିତ୍ୟପ୍ରେମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପତ୍ରିକାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଆଗାମୀ ଦିନରେ ଏହି ପତ୍ରିକା ବଲାଙ୍ଗୀର ଜିଲ୍ଲାର ବିକାଶ କ୍ଷେତ୍ରରେ ଏକ ଆଲୋକବର୍ତ୍ତିକା ହେବ ବୋଲି ଅତିଥି ସମୂହ ମତବ୍ୟକ୍ତ କରିଥିଲେ ।
Related Stories
November 24, 2024
November 24, 2024