-
ଭାରତକୁ ପୁଷ୍ଟିସାଧନ କ୍ଷେତ୍ରରେ ସୁରକ୍ଷିତ କରିବା ପାଇଁ ପାଂଚ ସୂତ୍ରୀ କାର୍ଯ୍ୟ ଯୋଜନା: ଏମ ଏସ ସ୍ୱାମୀନାଥନ
ନୂଆଦିଲ୍ଲୀ/ଭୁୁବନେଶ୍ୱର – କେନ୍ଦ୍ର ମହିଳା ଓ ଶିଶୁ ବିକାଶ ତଥା ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଆଜି ନୂଆ ଦିଲ୍ଲୀଠାରେ ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ ଅଧ୍ୟକ୍ଷ ବିଲ ଗେଟ୍ସଙ୍କ ସହିତ ମିଶି ଭାରତୀୟ ପୋଷଣ କୃଷି କୋଷ (ବିପିକେକେ)ର ଶୁଭାରମ୍ଭ କରିଛନ୍ତି । ବିପିକେକେ ଉନ୍ନତ ପୁଷ୍ଟିସାଧନ ପରିଣାମ ପାଇଁ ଭାରତର ୧୨୮ କୃଷି-ଜଳବାୟୁ କ୍ଷେତ୍ରରେ ବିବିଧ ପ୍ରକାରର ଫସଲର ଭଣ୍ଡାର ହେବ ।
ଏହି ଅବସରରେ ବିଲ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭାରତସ୍ଥିତ ଦେଶୀୟ କାର୍ଯ୍ୟାଳୟର ନିଦେ୍ର୍ଧଶକ ମି. ହ୍ୟାରି ମେନନଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ରବୀନ୍ଦ୍ର ପନୱାର ଉଦେ୍ଧଶ୍ୟ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଜଣାଶୁଣା କୃଷି ବୈଜ୍ଞାନିକ ଡଃ ଏମଏସ ସ୍ୱାମୀନାଥନ କହିଲେ ଯେ ଭାରତକୁ ପୁଷ୍ଟିସାଧନ କ୍ଷେତ୍ରରେ ସୁରକ୍ଷିତ କରିବା ପାଇଁ ପାଂଚ ସୂତ୍ରୀ କାର୍ଯ୍ୟ ଯୋଜନା ଲାଗୁ କରିବାକୁ
ହେବ । ଡଃ ସ୍ୱାମୀନାଥନ ଆହୁରି କହିଲେ ଯେ ପୁଷ୍ଟିସାଧନ ଉପାଦାନ କମ ହେବା ଫଳରେ ଏହା ଶିଶୁଙ୍କ ଶାରୀରିକ ଏବଂ ମାନସିକ ବିକାଶରେ ବାଧା ସୃଷ୍ଟି କରିଥାଏ । ସେ କୁପୋଷଣରୁ ମୁକାବିଲା କରିବା ପାଇଁ ମନ୍ତ୍ରଣାଳୟକୁ ସାମୂହିକ ସ୍ତରରେ ଏପରି ଲୋକଙ୍କ ଗୋÂୀ ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଥିଲେ, ଯେଉଁମାନଙ୍କୁ ଏହି ପାଂଚସୂତ୍ରୀୟ କାର୍ଯ୍ୟକ୍ରମ ପାଳନ କରି ମହିଳା, ଗର୍ଭବତୀ ଓ ଶିଶୁଙ୍କ ମଧ୍ୟରେ ଏହି କୁପୋଷଣ ସମସ୍ୟାର ମୁକାବିଲା କରିବା ପାଇଁ ଭଲଭାବେ ପ୍ରଶିକ୍ଷିତ କରାଯାଇ ପାରିବ । ଶ୍ରୀମତୀ ଇରାନୀ ଏହି ଅବସରରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରି କହିଲେ ଯେ ଏହା ଏକ ଅପୂର୍ବ ଅବସର ଯେତବେଳେ କି ଦେଶରେ ପୁଷ୍ଟିସାଧନ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ସୂଚନା ପ୍ରଯୁକ୍ତି କ୍ଷେତ୍ରର ବୃହତ୍ କମ୍ପାନୀ, କୃଷକ ଓ ନାଗରିକ ସମାଜର ସଦସ୍ୟମାନେ ଗୋଟିଏ ମଂଚରେ ଏକତ୍ର ହୋଇଛନ୍ତି । ସେ କହିଲେ ଯେ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁଜ କ୍ରାନ୍ତିର ସେହି ବାର୍ତା ଅନୁରୂପ ଯାହା ଜରିଆରେ ଦେଶର ନାଗରିକଙ୍କ ପୁଷ୍ଟିଯୁକ୍ତ ଆହାରର ଆବଶ୍ୟକତା ତଥା ଦେଶରେ ଫସଲ ଅମଳ କରାଯିବାର ପ୍ରକ୍ରିୟା ଓ କୃଷି ଉପôାଦନ ମଧ୍ୟରେ ସାମଞ୍ଜସ୍ୟ ଅଣାଯାଇ ପାରିବ । କେନ୍ଦ୍ରମନ୍ତ୍ରୀ କହିଲେ ଯେ ସରକାର ଜଳଶକ୍ତି ନାମରେ ଏକ ଅଲଗା ମନ୍ତ୍ରଣାଳୟ ସୃଷ୍ଟି କରିଛନ୍ତି, ଯାହାକି ଦେଶର ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରାଇବାର କାମ କରୁଛି । ସେ ପୁନଶ୍ଚ କହିଲେ ଯେ ଚଳିତ ବର୍ଷ ଡିସେମ୍ବରରେ ପୁଷ୍ଟିସାଧନ ମାସ ପାଳନ କରାଯାଇଥିଲା ଏବଂ ଗୋଟିଏ ମାସରେ ସମଗ୍ର ଦେଶରେ ୩୬ ମିଲିଅନ ପୁଷ୍ଟିସାଧନ ସମ୍ବନ୍ଧିତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେ କହିଲେ ଯେ ଦରମା ଜନିତ କ୍ଷତିର ଭରଣା କରି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର ଲାଭ ୧୦ ମିଲିଅନ ହିତାଧିକାରୀଙ୍କ ପାଖରେ ପହଂଚିଛି ଯାହାଫଳରେ ୨୦୧୩ରେ ମାତୃ ମୃତ୍ୟୁ ହାରରେ ୨୬.୯ ପ୍ରତିଶତ ହ୍ରାସ ଘଟିଛି ।
ଶ୍ରୀମତୀ ଇରାନୀ ପୁଷ୍ଟିସାଧନ ଲକ୍ଷ୍ୟକୁ ଜୀବନ୍ତ କରି ରଖିବାରେ ସହାୟତା କରୁଥିବା ଦେଶର ୧.୩ ମିଲିଅନ ଅଙ୍ଗନବାଡି କର୍ମୀ ଓ ରାଜ୍ୟ ଏଜେନ୍ସି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଲେ ଯେ ସେହି ଅଙ୍ଗନବାଡି
ସହାୟିକା ଓ ରାଜ୍ୟର ଏଜେନ୍ସି ମାନେ ୮୫ ମିଲିଅନ ହିତାଧିକାରୀଙ୍କ ପାଖରେ ପହଂଚି ପାରିଛନ୍ତି ଏବଂ ସେମାନଙ୍କୁ ଡାସବୋର୍ଡରେ ଦୈନିକ ଅପଡେଟ ମାଧ୍ୟମରେ ସରକାରଙ୍କ ସହିତ ଯୋଡା ଯାଉଛି । କିନ୍ତୁ ଭାରତକୁ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବା ପାଇଁ ହେଲେ କାର୍ଯ୍ୟାନ୍ୱୟନକୁ ବିଜ୍ଞାନ ସହିତ ସଂଚାରର ବୈଜ୍ଞାନିକ ପ୍ରକ୍ରିୟାକୁ ଯୋଡିବାକୁ ହେବ ଯାହାଫଳରେ ସ୍ୱଚ୍ଛତା ଏବଂ ସ୍ୱଚ୍ଛ ପାନୀୟ ଜଳ ସହିତ ପୁଷ୍ଟିସାଧନ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ଏଜେଣ୍ଡାରେ ସାମିଲ ହୋଇ ପାରିବ । ବିଲ୍ସ ଗେଟ୍ସ କହିଲେ ଯେ ଭାରତରେ ଯଦି ଏପରି କୌଣସି ସମସ୍ୟା ଅଛି ଯାହାର ନିରାକରଣ ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ କରିବାକୁ ଚାହିିଁବ ତେବେ ତାହା ହେଉଛି ମହିଳା, ଗର୍ଭବତୀ ଓ ଶିଶୁଙ୍କ କୁପୋଷଣ ସମସ୍ୟା । ସେ କହିଲେ ଯେ ଏହି ସମସ୍ୟାର ସମାଧାନ ହେବା ଦ୍ୱାରା ଦେଶର ବିକାଶରେ ଅଦ୍ଭୁତପୂର୍ବ ପରିବର୍ତନ ହେବ ଏବଂ ଏହାଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟତା ମିଳିବ । ସେ କହିଲେ ଯେ ଫାଉଣ୍ଡେସନକୁ ଦେଶରେ କୁପୋଷଣ ଆହ୍ୱାନର ମୁକାବିଲା ପାଇଁ ଏକ ସ୍ଥାୟୀ ପୁଷ୍ଟିସାଧନ କାର୍ଯ୍ୟକ୍ରମ ନିର୍ମାଣ କରିବାରେ ଭାରତ ସରକାର, ମହିଳା ଓ ଶିଶୁବିକାଶ ଏବଂ ଅନ୍ୟ ମନ୍ତ୍ରଣାଳୟ ସହିତ ମିଶି କାର୍ଯ୍ୟ କରିବାରେ ଖୁସି ମିଳିବ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବାଶ୍ରୀ ଚୌଧୁରୀଙ୍କ ସହିତ କୃଷି, ମାନବ ସମ୍ବଳ ବିକାଶ, ନୀତି ଆୟୋଗ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ୟୁନିସେଫ ଓ ବିଶ୍ୱ ବ୍ୟାଙ୍କର ଅନେକ ବରିÂ ଅଧିକାରୀ ଓ ନାଗରିକ ସମାଜର ସଦସ୍ୟ ଉପସ୍ଥିତ ଥିଲେ ।