ନୂଆପଡା:ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସର ଦୁର୍ଗନ୍ଧ ମୟ ହୋଇପଡିଛି l ଏହି ବ୍ଲକ ରେ 26 ଗୋଟି ଗ୍ରାମପଞ୍ଚାୟତ ଥିବାବେଳେ ପ୍ରତିଦିନ ଜନ ପ୍ରତିନିଧିଙ୍କ ସମେତ ଶତାଧିକ ଲୋକ ବିଭିନ୍ନ କାମରେ ଏଠାକୁ ଆସିଥାନ୍ତି l କିନ୍ତୁ କାର୍ଯ୍ୟାଳୟ ପରିସର ମଧ୍ୟରେ କୌଣସି ଶୌଚାଳୟ କିମ୍ବା ପରିସ୍ରା ଗାର ନଥିବା ହେତୁ ଯିଏ ଯେଉଁଠି ପରିସ୍ରା କରିଦେଉଛନ୍ତି l ଫଳରେ ଅସହ୍ୟ ଦୁର୍ଗନ୍ଧରେ ବ୍ଲକ ପରିସର ଏବଂ ଆଖ ପାଖ ଅଞ୍ଚଳ ଫାଟିପଡୁଛି l ଏପରିକି ପିଇବା ପାଣିର ସୁବ୍ୟବସ୍ଥା ନଥିବା ହେତୁ ଲୋକେ ବାଧ୍ୟ ହୋଇ ଉଚ୍ଚ ଦରରେ ଦୋକାନରୁ ପାଣି ବୋତଲ କିଣି ପିଉଛନ୍ତି l ଯାହା ଗ୍ରାମାଞ୍ଚଳ ରୁ ଆସୁଥିବା ଲୋକଙ୍କୁ ବେଶି ବାଧୁଥିବା ଅଭିଯୋଗ ହେଉଛି l ବ୍ଲକ ପରିସରରେ ବିଶ୍ରାମ ନେବାର ସୁବିଧା ନଥିବା ବେଳେ ଗାଡି ପାର୍କିଙ୍ଗ ର ମଧ୍ୟ ସୁବିଧା ନାହିଁ l ଅଫିସ ସାମ୍ନାରେ ଶତାଧିକ ଗାଡି ପାର୍କିଙ୍ଗ ହେଉଥିବା ବେଳେ ଲୋକେ ବିଶ୍ରାମ ନେବାପାଇଁ ଇତସ୍ତତଃ ହେଉଛନ୍ତି l ପ୍ରଶାସନ ଏନେଇ ସବୁଜାଣି ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ l
Related Stories
November 22, 2024