-
ଦୁର୍ନୀତିର ତଦନ୍ତ ଓ ମନ୍ଦିରର ସୁରକ୍ଷା ଦାବିରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ତଳେ ଧାରଣା
ବଲାଙ୍ଗିର, ଦେବୋତର ବିଭାଗ ଅଧିନରେ ଥିବା ତିନୋଟି ମନ୍ଦିରରେ ଦୁର୍ନୀତି ଅଭିଯୋଗ ଆଣିବା ସହ ଦୁର୍ନୀତିର ତଦନ୍ତ ଓ ମନ୍ଦିରର ସୁରକ୍ଷା ଦାବିରେ ୩ ଜଣ ସୂଚନା ଅଧିକାର କର୍ମୀ, ବରିଷ୍ଠ ନାଗରିକ ମଂଚ ଓ ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକର୍ତାମାନେ ଧାରଣା ଦେଇଛନ୍ତି । ବଲାଙ୍ଗିର ଗାନ୍ଧିନଗରପଡା ସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ତଳେ ଆଜି ସକାଳ ଠାରୁ ଏମାନେ ଧାରଣା ଦେଇଛନ୍ତି । ଦୁର୍ନୀତି ଅଭିଯୋଗ ଆସିଥିବା ଏହି ତିନି ମନ୍ଦିର ହେଲା ସମଲେଶ୍ଵରୀ, ପାଟଣେଶ୍ଵରୀ ଓ ଗୋପାଳଜିଉ ମନ୍ଦିର । ଏହି ତିନି ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ହେରଫେର୍ ହୋଇଥିବା ନେଇ ଅଭିଯୋଗ ହୋଇଛି ।
ଧାରଣାରେ ବସିଥିବା ତିନି ସୂଚନା ଅଧିକାର କର୍ମୀ ହେଲେ ବିକାଶ ସା, ଶମ୍ଭୁପ୍ରସାଦ ଶତପଥୀ ଓ ପ୍ରଶାନ୍ତ ମହାକୁଡ଼ । ଏହା ବ୍ୟତୀତ ବଲାଙ୍ଗିର ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରଭାକର ମିଶ୍ର, ଉପସଭାପତି ବିରଂଚି ହୋତା, ସାଧାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ଏବଂ ବଲାଙ୍ଗିର ନାଗରିକ କମିଟିର ବରିଷ୍ଠ ସଦସ୍ୟ ମନୋରଞ୍ଜନ ପୁରୋହିତ ଧାରଣାରେ ସାମିଲ୍ ଅଛନ୍ତି ।