
ଭଦ୍ରକ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବେତଡ଼ା ବଜାର ସ୍ଥିତ କାଶୀଶ୍ଵର ଜୁଏଲାରୀ ଦୋକାନରୁ ବ୍ୟାଗ୍ ରେ ଥିବା ପ୍ରାୟ ୧ କେଜି ଓଜନର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଆଜି ମଧ୍ୟାହ୍ନ ସମୟରେ ଏହି ସୁନା ଅଳଙ୍କାର ଲୁଟ୍ ହୋଇଛି । ଏନେଇ ଦୋକାନୀ ତାରାକାନ୍ତ ସାହୁ ବାସୁଦେବପୁର ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଛାନଭିନ୍ ଜାରୀ ରଖିଛି ।