ଭଦ୍ରକ – ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନ ଅଢୁଆଁ ଗ୍ରାମର ଜନୈକ ବ୍ୟକ୍ତି ସମୁଦ୍ରକୁ ମାଛ ଧରିବାକୁ ଯାଇ ଅସୁସ୍ଥ ହେବା ପରେ ମୃତୁ୍ୟ ମୁଖରେ ପଡିଛନ୍ତି। ମୃତକ ହେଲେ ଅଢୁଆଁ ଗ୍ରାମର ସୋମବାରୀ ମଳିକ। ପ୍ରାପ୍ତ ସୂଚନା ଅନୁଯାୟୀ ଗତ ସୋମବାର ଦିନ ସୋମବାରୀଙ୍କ ସମେତ ୮ ଜଣ ମସô୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଚୂଡାମଣି ଘାଟରୁ ଏକ ବୋଟ୍ େଯାଗେ ଯାଇଥିଲେ। ସମୁଦ୍ର ଭିତରେ ବୋଟ୍ରେ ସୋମବାରୀଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା। ସହକର୍ମୀମାନେ ତାଙ୍କୁ ପ୍ରାଥମିକ ଚିକିସôା କରିଥିଲେ ମଧ୍ଯ କୌଣସି ସୁଫଳ ନମିଳିବାରୁ ସେମାନେ ମାଛଧରା ବାତିଲ କରି ବୋଟ୍କୁ ଚୂଡାମଣି ଜେଟିକୁ ଆଜି ଫେରାଇ ଆଣିଥିଲେ ମଧ୍ଯ ତାଙ୍କର ମୃତୁ୍ୟ ଘଟିଥିଲା। ଖବର ପାଇ ଚୂଡାମଣି ସାମୁଦ୍ରିକ ଥାନାଧିକାରୀ ମହମ୍ମଦ ହାଫିଜ୍ ଘଟଣାସ୍ଥଳରେ ପହô ମୃତଦେହକୁ ଜବତ କରି ଜିଲା ମୁଖ୍ୟ ଚିକିସôାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏଥିନେଇ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଥିଲେ ବି ସୋମବାରୀଙ୍କ ପରିବାର ଲୋକେ ଏହା ଏକ ଅପମୃତୁ୍ୟ ନୁହେଁ, ସୁପରିକଳ୍ପିତ ହତ୍ୟା ବୋଲି ଅଭିେଯାଗ କରିବା ଘଟଣାକୁ ଭିନ୍ନମୋଡ ଦେଇଛି।
Related Stories
October 21, 2025