ଭୁୁବନେଶ୍ୱର, ପାରିବାରିକ ବିବାଦ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବୁଧବାର ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ଫ୍ୟାମିଲି କୋର୍ଟରେ ହାଜର ହେବାକୁ ଉଭୟଙ୍କୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଉଭୟେ ଫ୍ୟାମିଲି କୋର୍ଟରେ ପହଂଚିବା ପରେ ଉଭୟ ବର୍ଷା ଏବଂ ଅନୁଭବଙ୍କୁ ନିଜ ଚ୍ୟାମ୍ବରକୁ ପଠାଇ ଦେଇଛନ୍ତି ଜଜ୍ । ଉଭୟଙ୍କ ସହ ଆଲୋଚନା କରିବାକୁ ଜଜ୍ ଚ୍ୟାମ୍ବର ପଠାଇଥିବା କୁହାଯାଉଛି । କୋର୍ଟରେ ନିଜର ଅନ୍ୟ ସବୁ କାମ ଶେଷ କରିବା ପରେ ସେମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।
ପୂର୍ବରୁ ବାରମ୍ବାର ତାରିଖ ଧାର୍ଯ୍ୟ ପରେ ମଧ୍ୟ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆସୁନଥିଲେ । ସେହିପରି ସାଂସଦ ଅନୁଭବ ମଧ୍ୟ ଛାଡପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ ଦର୍ଶାଇଥିଲେ । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟଙ୍କୁ ୫ ହଜାର ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।