୨୦୨୫ ସୁଧ୍ୟା ପୁରୀ ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ଟିବି ଫୋରମ୍ ସଭାରେ ନିଷ୍ପତ୍ତି ହୋଇଛି। ମହାମହିମ ରାଷ୍ଟ୍ରପତିଙ୍କ ଆହ୍ୱାନ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ ଭିତ୍ତିରେ ଯକ୍ଷ୍ମା ରୋଗୀ ମାନଙ୍କୁ ପୃଷ୍ଟିସାର ଖାଦ୍ୟ ସମେତ ଅନ୍ୟାନ୍ୟ ସହଯୋଗ ପାଇଁ ବ୍ୟକ୍ତି, ବେସରକାରୀ ଅନୁଷ୍ଠାନ, ନିର୍ବାଚିତ ପ୍ରତିନିଧି, କିମ୍ବା କର୍ପୋରେଟ୍ ସଂସ୍ଥାନ କୁ ଏହି ଅଭିଯାନରେ ସାମିଲ ହେବାକୁ ନିବେଦନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଏଥିଲାଗି ଏକ କମିଟି ଗଠନ କରିବେ।ଏହି ସଭାରେ ଯକ୍ଷ୍ମା ବିଭାଗ ବିଶେଷକରି ଚୁକ୍ତିଭିତ୍ତିକ କର୍ମଚାରୀ ଓ ଅଧିକାରୀଙ୍କ ନିଷ୍ଠାପରତା ଓ ଇଛାଶକ୍ତି ହେତୁ ପୁରୀ ଜିଲ୍ଲା ଯକ୍ଷ୍ମା ରୋଗୀ ଚିହ୍ନଟ ରେ ୮୬ ପ୍ରତିଶତ ଓ ଏଚଆଇଭି ଚିହ୍ନଟ ରେ ୯୮ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବା ବେଳେ ଚିକିତ୍ସା କ୍ଷେତ୍ରରେ ୯୧ପ୍ରତିଶତ ସଫଳତା ପାଇଛି ବୋଲି ଡାକ୍ତର ଲଲାଟେନ୍ଦୁ ମିଶ୍ର ପ୍ରକାଶ କରିଥିଲେ। ଯକ୍ଷ୍ମା ହସ୍ପିଟାଲରେ ପରୀକ୍ଷା ପାଇଁ ସମସ୍ତ ମେସିନ ର ସୁପରିଚାଳନା ଓ ମୁଖ୍ୟ ଦପ୍ତର ହସ୍ପିଟାଲରେ ରୋଗୀସେବା ପାଇଁ ଅଧିକ ଦୃଷ୍ଟି ଦେବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ବାଇଁ ,ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ପ୍ରଶାସନ, ସରକାରଙ୍କୁ ସୁପାରିଶ କରିବାକୁ କମିଟି ସଭ୍ୟ ସମାଜସେବୀ ବଦ୍ରି ମିଶ୍ର ଜିଲ୍ଲାପାଳଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ଏହି ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ବାଇଁ ଙ୍କ ସମେତ ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ର, ସମାଜସେବୀ ବାବୁଲା ପ୍ରସାଦ,ଡାକ୍ତର ଲଲାଟେନ୍ଦୁ ମିଶ୍ର, ଡାକ୍ତର ସୁଦର୍ଶନ ପୋଥାଳ, ସ୍ବାସ୍ଥ୍ୟ ଅଧିକାରୀ ପି.କେ.ନାୟକ,ହୋଟେଲିୟର ଦେବାଶିଷ କୁମାର, ସାମ୍ବାଦିକ ବଦ୍ରି ମିଶ୍ର,ସଂଯୋଜକ ଦୈତ୍ୟାରି ପଟ୍ଟନାୟକ, ପ୍ରତାପ ରଥ, ଦେବାଶିଷ ମର୍ଦ୍ଦରାଜ, ସୁଦର୍ଶନ ଜେନା , ଦୀନବନ୍ଧୁ ପ୍ରଧାନ , ବିଜୟଲକ୍ଷ୍ମୀ ମୁରାଡି ଓ କାହ୍ନୁ ପଲେଇ ଯୋଗଦାନ କରି ଆଲୋଚନା ରେ ଭାଗ ନେଇଥିଲେ।
Related Stories
November 24, 2024
November 24, 2024