ଭଦ୍ରକ – ଏହି ଜିଲା ଅଧୀନସ୍ଥ ବନ୍ତ ବ୍ଲକ୍ ଆଗରପଡାର ୩ ଗୋଟି ସ୍ଥାନରେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅବଧି ସରିବା ପରେବି ବିଜୁ ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନହେବା ସରକାରଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳି ନିଦ୍ର୍ଧେଶ କରିଛି। ଅସଂପୂର୍ଣ୍ଣ କାର୍ଯ୍ୟ େଯାଗୁଁ ଲୋକେ ବର୍ମାନର କୁହୁଡିଆ ଶୀତ ସକାଳରେ ବିପଦପୂର୍ଣ୍ଣ ବାଉଁଶଚାରାରେ ନଦୀ ପାରି ହେଉଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। ଆଗରପଡାପସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂେଯାଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ବିଜୁ ସେତୁ ଶୁଭଦିଆ ହେବା ୩ ବର୍ଷରୁ ଉଦ୍ଧ୍ର୍ବ ସମୟ ହେଲାଣି। ତଥାପି ଏପର୍ଯ୍ୟନ୍ତ ନିର୍ମାଣ ସରୁନି। ଏହି ସମୟ ଭିତରେ ମାତ୍ର ଖୁମ୍ବ ନିର୍ମାଣ କରାଯାଇ କାର୍ଯ୍ୟ ଅଟକିଛି। ଉକ୍ତ ଅଂଚଳର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଆଗରପଡା କିନ୍ତୁ ସାଳନ୍ଦୀ ନଦୀ ଏଥିରେ ବାଧକ ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ଫଳରେ ସାଂସଦ ଓ ବିଧାୟକଙ୍କ ସହେଯାଗରେ ବିଜୁ ସେତୁ ନିର୍ମାଣ ଲାଗି ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଂଜୁର ହୋଇଥିଲା। ଏହାର ଲମ୍ବ ୬୦.୧୫ ମିଟର ଓ ପ୍ରସ୍ଥ ୮.୩୫ ମିଟର। ୨୦୧୬ ଫେବୃୟାରୀ ୪ ତାରିଖରେ ନିର୍ମାଣ ହୋଇ ୨୦୧୭ ଅକ୍ଝୋବର ୩ ରେ କାର୍ଯ୍ୟ ଶେଷ ହେବାର ଥିଲା। କିନ୍ତୁ ନିର୍ମାଣ ଅବଧି ସରିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଖମ୍ବରେ କାର୍ଯ୍ୟ ଅଟକି ଥିବାରୁ ବିଜୁ ସେତୁ ସଂପୂର୍ର୍ଣ ହେବାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ଯରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି। ଶ୍ରୀରାମପୁର, ସାହୁପଡା, ଗୋପୀନାଥପୁର, ମାର୍କଣ୍ଡପୁର ଆଦି ଗ୍ରାମବାସୀମାନେ ସେତୁ ନିର୍ମାଣ ହୋଇନଥିବାରୁ ଯାତାୟତ କରିବାରେ ନାନାଦି ଦୁଦ୍ର୍ଧଶା ଭୋଗୁଛନ୍ତି। ସେହିପରି ଆଗରପଡାସ୍ଥିତ ଚାରିଗାଁ-ଚକ୍ରାପାଢୀ ବିଜୁସେତୁ ନିର୍ମାଣ ଲାଗି ୪ କୋଟି ୬୬ ଲକ୍ଷ ୬୮ ହଜାର ୪୦୧ ଟଙ୍କା ମଂଜୁର ହୋଇଥିଲା। ଗତ ୧୦ ସେପ୍ଝେମ୍ବର ୨୦୧୫ ରେ ଏହି ବିଜୁ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହେବାର ଥିଲେ ମଧ୍ଯ ତାହା ହୋଇପାରୁନାହó। ଏହାଫଳରେ ଉକ୍ତ ପୋଲ ଉପରେ ନିର୍ଭର କରୁଥିବା ବାଲେଶ୍ବର ଜିଲା ଖଇରା, ସିମୁଳିଆ, ଅନ୍ତରା, ଡୁଙ୍ଗୁରା, ବରୋଦା, ଗରସିଙ୍ଗ ସମେତ ଭଦ୍ରକ ଜିଲା ବାଣିତିଆ, ବାଲିପୋଖରୀ, ବଡମହିଷଗୋଠ, ଚାରିଗାଁ, ଅଣିଜୋ, ଗୋପୀନାଥପୁର, ପାହାଡପୁର, ଇଟୁଆ, ଚକ୍ରାପାଢୀ ଗ୍ରାମର ଜନସାଧାରଣମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସଂପୃକ୍ତ ଅଂଚଳର ଲୋକ ପୂର୍ବବତ ୮ କିମି ରାସ୍ତା ବୁଲିକରି ଆସି ବ୍ଲକ୍, ତହସିଲ, ଡାକ୍ତରଖାନା, ସ୍କୁଲ, କଲେଜ ଆଦିକୁ ଯାଉଛନ୍ତି। ଆମ୍ବୁଲାନ୍ସ ଓ ଦମକଳ ପରି ଜରୁରୀ ସେବା ପାଇବାରୁ ବଂଚିତ ହେଉଛନ୍ତି। ଅନୁରୂପ ଭାବେ ଆଗରପଡାସ୍ଥିତ ଅଣିଜୋ ପଂଚାୟତ ନରିପୁର ଠାରେ ବିଜୁ ସେତୁ ଲାଗି ଦୁଇ ଥର ଶିଳାନ୍ୟାସ କାର୍ଯ୍ୟ ହୋଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆଶାଜନକ ଅଗ୍ରସର ହେଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ନଦୀ ପାରି ହେବାପାଇଁ ବାଉଁଶଚାରା ଉପରେ ନିର୍ଭର କରୁଛନ୍ତି। ଏହି ସେତୁ ନିର୍ମାଣ ପାଇଁ ୮ କୋଯି ୧୪ ଲକ୍ଷ ୪୩ ହଜାର ୫୫୪ ଟଙ୍କା ମଂଜୁର ହୋଇଛି। ସରକାରୀ ସ୍ତରରେ େଯାଜନା ପରେ େଯାଜନା କରାଯାଉଛି। ନିମ୍ନମାନର କାର୍ଯ୍ୟ ଓ କାର୍ଯ୍ୟରେ ଅହେତୁକ ବିଳମ୍ବ େଯାଗୁଁ ସାଧାରଣ ଜନତା କେବଳ ହନ୍ତସନ୍ତ ହେବା ସାର ହେଉଛି। ସ୍ଥାନୀୟ ନେତା, ଯନ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ପ୍ରାୟ ସମସ୍ତ ଉନ୍ନୟନ କାର୍ଯ୍ୟ ଚାଲୁଛି। ଅବଧି ଶେଷ ପରେ ବର୍ଷାଧିକ କାଳ ଅତିକ୍ରମ କଲେ ମଧ୍ଯ କାର୍ଯ୍ୟ ଶେଷ ହେଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
Related Stories
November 21, 2024
November 21, 2024