ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ଦ୍ଵାରା ପ୍ରତିଷ୍ଠିତ ସର୍ବପୁରାତନ ସ୍ଵେଚ୍ଛାସେବୀ ସଂଗଠନ “ ପୁରୀ ସେବା ସମିତି” ପକ୍ଷରୁ ମହାନ୍ ଜନ ସେବକ, ସ୍ଵାଧୀନତା ସଂଗ୍ରାମୀ ଓ ସମାଜସେବୀ ମୁରାରି ତ୍ରିପାଠୀଙ୍କ ୫୬ତମ ଶ୍ରାଦ୍ଧୋତ୍ସବ ଏବଂ ପୁରୀ ସେବା ସମିତି ର ବାର୍ଷିକ ଉତ୍ସବ ମରିଚିକୋଟ ଛକ ସ୍ଥିତ ପୁରୀ ସେବା ସମିତି ର ସଭାଗୃହରେ ଅନୁଷ୍ଠିତ ହୋଯାଇଛି । ସମିତିର ସଭାପତି ବିମଳ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି ଏବଂ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସ୍ଵାଇଁ, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଜୟଶଙ୍କର ଯୋଶୀ ସମ୍ମାନୀତ ଅତିଥି ରୂପେ ଯୋଗଦେଇ, ଦିବଂଗତ ମୁରାରି ଥିଲେ ଜଣେ ତେଜସ୍ଵୀ ପୁରୁଷ ଏବଂ ଗୋପବନ୍ଧୁଙ୍କ ଦରଦୀ ପ୍ରାଣର ଏକ ଅମ୍ଳାନ ପ୍ରତିଛବି ବୋଲି ପ୍ରକାଶ କରିବା ସହିତ ଧନୀ ଠାରୁ ସାଧାରଣ ମଣିଷ, ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ସେ ଥିଲେ ପ୍ରିୟ ମୁରାରି ଭାଇନା ବୋଲି ମତବ୍ୟକ୍ତ କରିଥିଲେ । ସମିତିର ସଂପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସେନାପତି ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଶିଷ୍ଟ ଔପନ୍ୟାସିକା ତଥା ସମାଜସେବୀ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କୁ “ମୁରାରି ସମ୍ମାନ-୨୦୨୨” ରେ ସମ୍ମାନିତ କରାଯାଇଥିଲା । ଆଶ୍ରୟ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଲୋକନାଥ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶ୍ୟାମପ୍ରକାଶ ସେନାପତି ମାନପତ୍ର ପାଠ କରିଥିଲେ । ଏହି ଅବସରରେ ପଦ୍ମନାଭ ପଣ୍ଡା, ପ୍ରଭୁଦତ୍ତ ମିଶ୍ର, ପ୍ରଭାତ ପାଣିଗ୍ରାହୀ , ଶରତ ଜୟସିଂହ ପ୍ରମୁଖ ସ୍ମୃତିଗରଣ କରିଥିଲେ । ପ୍ରତ୍ୟୁଷ ରୁ ସମିତି ପକ୍ଷରୁ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ତିଳତର୍ପଣ, ମାର୍କଣ୍ଡ ପୁଷ୍କରିଣୀ ସଫେଇ, ମାର୍କଣ୍ଡ ମନ୍ଦିର ନିକଟରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଶୁକାନ୍ତି ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ଉପ ଶାସନ ସଚିବ ଏସ୍.କେ. ପାଣ୍ଡେ ଉଦ୍ଘାଟନ କରିଥିଲେ । ସହ ସଂପାଦକ ସୌମେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିରଳନାରେ ରବିନାରାୟଣ ନନ୍ଦ, ଇପ୍ସିତ୍ ପ୍ରତିହାରୀ, କୃଷ୍ଣଚନ୍ଦ୍ର ସାହୁ, ବାସୁଦେବ ସେନାପତି,ସଂଜୟ ମହାନ୍ତି, ଅଶ୍ରୁଜିତ୍ ମହାପାତ୍ର, ଓମ୍ ପ୍ରସାଦ ମହାନ୍ତି, ଭାଗ୍ୟଲିପି ସେନାପତି, ଶ୍ରୀତମ୍ ପଲେଇ ପ୍ରମୁଖ ସହଯୋଗ କରିଥିଲେ ।
Related Stories
November 24, 2024
November 24, 2024