ଓଡ଼ିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପୁରୀଠାରେ ଥିବା ଲଳିତକଳା ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଠାରେ “ବର୍ଷା” ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ କୁ ବରିଷ୍ଠ ଚିତ୍ରଶିଳ୍ପୀ ବିଜୟ କୁମାର ପରିଡା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ବର୍ଷାଋତୁର ବିଭିିନ୍ନ ଘଟଣାବଳୀକୁ ଡ୍ରଇଂ ଶଳ୍ପିମାନଙ୍କ ଦ୍ଵାରା ଅଙ୍କିତ ଏହି ସୃଜନଶୀଳ ଛବିଗୁଡକୁ ପୁରୀ ବାସିନ୍ଦା ଓ ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକର୍ଷିତ କରିବ ବୋଲି ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ ପୂର୍ବକ ଏକାଡେମୀର ସଂଗୃହିତ ୪୦ ଜଣ ଶିଳ୍ପୀଙ୍କ ଛବି ଗୁଡ଼ିକୁ ଏହି ପ୍ରଦର୍ଶନୀରେ ଆୟୋଜିତ ହୋଇଥିବା ପ୍ରକାଶ କରିଥିଲେ ।
ଶିଳ୍ପୀ ମାନଙ୍କ ନିଜ ନିଜ ଚିତ୍ର ଗୁଡ଼ିକୁ ବର୍ଷା ଋତୁରେ ଓଡିଶାର ବଭିିନ୍ନ ପର୍ଯ୍ୟଟନ ସ୍ଥାନର ଦୃଶ୍ୟ, ବର୍ଷା ଋତୁରେ ମୟୁର ମୟୂରୀଙ୍କ ନୃତ୍ୟ, ବର୍ଷା ଋତୁରେ ପିଲାଙ୍କ ପାଣି ଲମ୍ଫ, କାଗଜ ଡଙ୍ଗା, ରାସ୍ତାକଡ଼ର ଶଗଡ ଯିବାର ଦୃଶ୍ୟ, ଶଳ୍ପିୀଙ୍କ ତୁଳୀରେ ମେଘର ମହ୍ଲାର, ଆଦିବାସୀ ଗ୍ରାମର ପୂଜାପାର୍ବଣ, ପଦ୍ମ ପାଖୁଡ଼ାରେ ନାୟୀକା ର ଚିତ୍ରଣ କରିଛନ୍ତି । ଯାହାକି ଦର୍ଶକଙ୍କୁ ବେଶ୍ ଆନନ୍ଦ ପ୍ରଦାନ କରୁଅଛି। ଏହି ପ୍ରଦର୍ଶନୀ ଡିସେମ୍ବର ୩୦ ତାରିଖ୍ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଏହି ଅବସରରେ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କତି ଅଧିକାରୀ ଓ ଗ୍ୟାଲେରୀ ର ତତ୍ତ୍ଵାବଧାରକ ସତ୍ୟ ପାଢୀ ପରିଚାଳନା କରିଥିଲେ । ଏହି ପ୍ରଦର୍ଶନୀ ଅବସରରେ ଅନ୍ୟାନ୍ୟ ଚିତ୍ରଶିଳ୍ପୀ ଓ କଳାପ୍ରେମୀ ମାନେ ଉପସ୍ଥିତ ଥିଲେ ।