ଉତ୍କଳ ପ୍ରାଦେଶିକ ମାହେଶ୍ୱରୀ ସଭାର କାର୍ଯ୍ୟକାରୀ ମଣ୍ଡଳ ସଦସ୍ୟ ମାନଙ୍କ ତୃତୀୟ ୨ ଦିବଶୀୟ ବୈଠକ ସମୁଦ୍ର କୂଳ ସ୍ଥିତ ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଓଡିଶା ମାହେଶ୍ୱରୀ ସମ୍ପ୍ରଦାୟର ପୁରୁଷ ମହିଳା ଓ ଯୁବ ସଂଗଠନର ୧୫୦ ରୁ ଉର୍ଦ୍ଧ ସଦସ୍ୟ ଯୋଗଦେଇଥିଲେ |ମୁଖ୍ୟ ଅତିଥି ରୂପେ କୈଳାଶ ଜୀ କା୍ୱାରା ଯୋଗଦେଇ ସମାଜର ବିଭିନ୍ନ ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ |ପ୍ରଦେଶ ଅଧ୍ୟକ୍ଷ ନନ୍ଦ କିଶୋର ଜୀ ମାହେଶ୍ୱରୀ ଙ୍କ ଦ୍ୱାରା ବର୍ତ୍ତମାନ ମାହେଶ୍ୱରୀ ସମାଜର ବିଭିନ୍ନ ସମସ୍ୟା ଓ ଉର୍ନ୍ନତି ମୂଳକ ସମ୍ପର୍କରେ ଆଲୋକପାତ କରିଥିଲେ |ଅଖିଳ ଭାରତୀୟ ମାହେଶ୍ୱରୀ ସଭାର ଉତ୍କଳ ପ୍ରଦେଶ କାର୍ଯ୍ୟକାରୀ ସଦସ୍ୟ ମଦନ ରାଠୀ ଜୀ ଉଦବୋଧନ ଦେଇ କହିଥିଲେ ସମାଜ ଆଜି ବିକାଶ ଦିଗରେ ବିକାଶ ହେଉଛି |ସମସ୍ତେ ଆନ୍ତରିକ ଭାବନା ସହିତ ସହଯୋଗ କରିଲେ ସମାଜର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ |
ପ୍ରଦେଶ ସଚିବ ମହାବୀର ମୁଣ୍ଡଡ଼ା ଜୀ ପ୍ରଦେଶର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ |ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ମୁରଲୀ ଧର କରନାନୀ ଯୋଗ ଦେଇଥିବା ବେଳେ ସ୍ୱାଗତ ସମିତି ଅଧ୍ୟକ୍ଷ ଲଳିତ କୁମାର ଝାୱାର, ସ୍ୱାଗତ ମନ୍ତ୍ରୀ ସୁନୀଲ ଚାଣ୍ଡକ, ପୂର୍ବ ଅଧ୍ୟକ୍ଷ ବଦ୍ରି ନାରାୟଣ ମାହେଶ୍ୱରୀ, ଲାଲଚନ୍ଦ ଜୀ ମୋହତା ମଞ୍ଚାସିନ ଥିଲେ |ସାମୁହିକ ରୂପେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, ମହୋଦଧିରେ ସ୍ନାନ ଏବଂ ଉତ୍ସବ ସ୍ଥଳରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା |ଏହାକୁ ବିକାଶ ସାନୁ ଜୀ ଏବଂ ରାଜେନ୍ଦ୍ର ଭୂଟଡା ଜୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ CNG ଗ୍ରୁପର ୱେବ ସାଇଟରେ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମକୁ ସଂଯୋଗ କରାଯାଇଥିଲା |