-
ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଶିକ୍ଷଣ ଶିବିରର ଉଦଯାପନି ଦିବସ
ଅର୍ଣ୍ଣପୂର୍ଣ୍ଣା ଥିଏଟର ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୫ଦିନିଆ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଶିକ୍ଷଣ ଶିବିରର ଉଦଯାପନି ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ୨୦ ଜଣ ଦକ୍ଷ ନୃତ୍ୟଶିଳ୍ପୀମାନେ ଯୋଗ ଦେଇଥିଲେ। ନୃତ୍ୟଶିଳ୍ପୀ ନନ୍ଦିତା ପ୍ରିୟଦର୍ଶିନୀ, ସ୍ୱାତି, ସୀମା, ଅଙ୍କିତା, ଯଶସ୍ୱନୀ, ପ୍ରୀତିପର୍ଣ୍ଣା, ସୁହାସିନୀ, ମିର୍ଣ୍ଣାଲୀନ, ସୁଶ୍ରୀ, ଅର୍ଚ୍ଚନା, ଲକ୍ଷ୍ମୀପ୍ରିୟା, ରାଜଲକ୍ଷ୍ମୀ, ଗୀତାଞ୍ଜଳି ଏବଂ କୁମାର ଭୀମସେନ ଯୋଗଦେଇଥିଲେ।
ଏହି ଉଦଯାପନି ଦିବସରେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ହେମନ୍ତ କୁମାର ବେହେରା, ନୃତ୍ୟ ଗୁରୁ ଡକ୍ଟର ସ୍ନେହାପ୍ରଭା ସାମନ୍ତରାୟ, ନୃତ୍ୟଗୁରୁ ଶ୍ରୀଯୁକ୍ତ ନାରାୟଣ ପାଣ୍ଡେ, ନୃତ୍ୟଗୁରୁ କୃଷ୍ଣ କୁମାର ଦାସ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ହେମନ୍ତ କୁମାର ବେହେରାଙ୍କ ଦ୍ଵାରା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସମସ୍ତ କଳାକାରମାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା।