କନ୍ଧମାଳ, ବାଇକ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ଵର ସମ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କନ୍ଧମାଳ ଜିଲ୍ଲା ଖଜୁରୀପଡା ମହିଳା ଓ ଶିଶୁଵିକାଶ ପ୍ରକଳ୍ପର ଗୁଡାରି ସେକ୍ଟର ଶିଶୁଵିକାଶ ସୁପରଭାଇଜର ଶ୍ରୀମତୀ ଶୁଭଲକ୍ଷ୍ମୀ ପାଣିଗ୍ରାହୀଙ୍କ ଗତକାଲି ମୃତ୍ୟୁ ଘଟିଛି। ସେ ଗତ ଶୁକ୍ରବାର ଫୁଲବାଣୀରୁ ବାଇକରେ ତାଙ୍କର ପୁଅ ସହିତ ଦାରିଙ୍ଗବାଡି ଯାଉଥିବାବେଳେ ରାତି ସାତଟା ବେଳେ ରତଙ୍ଗ ନିକଟସ୍ଥ ଡ଼ଙ୍ଗରପଡା ଠାରେ ନୂତନ ଭାବେ ନିର୍ମିତ ହମ୍ପସରେ ବାଡେଇ ହୋଇଯାଇଥିଲା। ଫଳରେ ମା ଶୁଭଲକ୍ଷ୍ମୀ ଗୁରୁତର ଆହତ ହୋଇଥିଲେ।ଆଖପାଖରେ ଥିବା ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା। ଏକ ଅଟୋରିକ୍ସାରେ ତାଙ୍କୁ ଫିରିଙ୍ଗିଆ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରି ଫୁଲବାଣୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ, ସୁଧାର ନ ଆସିବା ଫଳରେ ଡାକ୍ତର ତାଙ୍କୁ ରେଫର କରିଥିଲେ। ସମ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବ୍ରେନ ହାମରେଜ ଯୋଗୁଁ ସୋମବାର ରାତିରେ ମୃତ୍ୟୁ ଘଟିଛି.। ଶୁଭଲକ୍ଷ୍ମୀଙ୍କ ବିୟୋଗରେ ସିଡିପିଓ ଗୀତାଞ୍ଜଳି ପଣ୍ଡା, ସୁପରଭାଇଜର କ୍ରିଷ୍ଣା ପଣ୍ଡା, ଝରଣା ପ୍ରଧାନ, ଶାନ୍ତିଲତା ପ୍ରଧାନ, ପୁଷ୍ପାକେଶୀ ପ୍ରଧାନ, ବୈଜୟନ୍ତୀ ମଲିକ ଏବଂ ଅନ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।
Related Stories
November 25, 2024