
-
ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଅଜଣା ରୋଗ ଆତଙ୍କ ଥମିବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ଅଜଣା ରୋଗ । ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ଡ ନିକଟ ଟିକରଗୁଡ଼ାରେ ଆଜି ଆଉ ଜଣକର ମୃତ୍ୟୁ ଘଟିଛି । ମୃତକ ଜଣେ ୭ ବର୍ଷିୟ ଶିଶୁପୁତ୍ର । ଫଳରେ ଅଜଣା ରୋଗରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୮ କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହା ୧୩ ବୋଲି ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଦୁଇ ସପ୍ତାହ ହେଲା ହଳଦୀକୁଣ୍ଡ ଅଂଚଳରେ ବ୍ୟାପିଛି ଏହି ଅଜଣା ରୋଗ । ଅଜଣା ରୋଗରେ ଆକ୍ରାନ୍ତ ଆଉ ୯ ଜଣ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ରହିଛନ୍ତି ।