ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଚାନ୍ଦପୁର ଠାରେ ଗତକାଲି ବାହୁଦା ନଦୀରେ ଭାସିଯାଇ ନିଖୋଜ ଥିବା ବୃଦ୍ଧା ରଥି ସାହୁଙ୍କ ମୃତଦେହ ଆଜି ସକାଳେ ନଦୀରୁ ଉଦ୍ଧାର ହୋଇଛି । ଘଟଣାସ୍ଥଳ ଠାରୁ କିଛି ଦୂରରେ ତାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ନୂଆଗାଁ ଥାନାକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନଦୀରୁ ଶବ ଉଦ୍ଧାର କରିଛନ୍ତି । ଶବ ଜବତ ପରେ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।
ପ୍ରକାଶ ଥାଉକି, ଗତକାଲି ସକାଳେ ଚାନ୍ଦପୁର ଗ୍ରାମର ବୃଦ୍ଧା ରଥି ସାହୁ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ ।