ଭୁବନେଶ୍ଵର, ବାୟୁ ଚଳାଚଳର ତାରତମ୍ୟ ପ୍ରଭାବରେ ଦକ୍ଷିଣ ଦିଗରୁ ଉପକୂଳ ଓଡିଶା ମୁହାଁ ମେଘ ସମୂହ ତଥା କିଛି ଉପକୂଳ ଜିଲ୍ଲାଗୁଡିକରେ ଲାଗି ରହିଛି ବର୍ଷା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ପୁରୀରେ ସର୍ବାଧିକ ୫୪.୬ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ସେହିପରି ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୪୦.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ୩୫.୪, ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ାରେ ୩୧.୩, ବରଗଡ଼ ଜିଲ୍ଳାର ପାଇକମାଳରେ ୩୦.୦, ପୁରୀ ଜିଲ୍ଲାର ସତ୍ୟବାଦୀରେ ୨୬.୦, ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୨୪.୦, ପୁରୀ ଜିଲ୍ଲାର ନିମାପଡ଼ାରେ ୨୧.୪, ଅନୁଗୁଳ ଜିଲ୍ଲାର ପାଲଲହଡ଼ାରେ ୨୧.୦, ଅନୁଗୁଳ ଜିଲ୍ଲାର ଆର.କେ. ନଗର ୨୦.୨, ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ୧୮.୦ ଏବଂ ବାଲେଶ୍ଵର ଜିଲ୍ଲାର ଜଇପୁରରେ ୧୭.୪ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ତାଳଚେରରେ ୩୪.୬ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବୌଦ୍ଧରେ ୨୧.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।