-
ବର୍ତମାନ ସୁଦ୍ଧା ଚଳିତ ମୌସୁମି ଋତୁରେ ୧୦୮୪.୩ ମି.ମି. ବର୍ଷା ରେକର୍ଡ, ସ୍ଵାଭାବିକ ବର୍ଷା ତୁଳନାରେ ୫ ପ୍ରତିଶତ ଅଧିକ
ଭୁବନେଶ୍ଵର, ଆସନ୍ତା ୧୮ ତାରିଖ ବେଳକୁ ଉତର ବଙ୍ଗୋପସାଗର ଅଂଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ଏବଂ ପରିମାଣ ବଢିବ । ବର୍ତମାନ ସୁଦ୍ଧା ଚଳିତ ମୌସୁମି ଋତୁରେ ୧୦୮୪.୩ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ଵାଭାବିକ ବର୍ଷା ତୁଳନାରେ ୫ ପ୍ରତିଶତ ଅଧିକ ବୋଲି ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି ।