ସୁବର୍ଣ୍ଣପୁର, ଓଡିଶା ସରକାରଙ୍କ ପରିବହନ କମିଶନରଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳ ସୁବର୍ଣ୍ଣପୁର ଆବୋଲୀ ସୁନିଲ ନରୱଣେଙ୍କ ପରାମର୍ଶ ଓ ଏସପି ଅମରେଶ ପଣ୍ଡାଙ୍କ ତତ୍ଵାବଧାନରେ ଗତ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଚାରି ଚକିଆ ଯାନ ଚଳାଚଳ ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ଵତନ୍ତ୍ର ମିଳିତ ଯାଞ୍ଚ କରାଯାଇଛି l ଏହି ପରିପ୍ରେକ୍ଷୀରେ ବିଗତ ୩ ଦିନ ଧରି ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ସ୍ଵତନ୍ତ୍ର ଯାଞ୍ଚ ସହରର କୁଞ୍ଜ ଛକ, ବ୍ଲକ ଛକ ସମେତ ବିଭିନ୍ନ ଜାଗାରେ ଏକକାଳୀନ ଚଢ଼ଉ ଆରମ୍ଭ କରାଯାଇଛି। ଏହି ସ୍ଵତନ୍ତ୍ର ଯାଞ୍ଚ ସମୟରେ ବିଶେଷ ଭାବେ ବିନା ହେଲମେଟ, ବିନା ଡ୍ରାଇଭିଙ୍ଗ ଲାଇସେନ୍ସ, ଟ୍ରିପଲ ରାଇଡ଼ର ଡ୍ରାଇଭିଂ, ବିନା ଇନ୍ଷ୍ୟୁରେନ୍ସରେ ଗାଡି ଚାଳନ ଉପରେ ବିଶେଷ ପଦକ୍ଷେପ ନିଆଯାଇଛି। ଜିଲ୍ଳାର ସଡ଼କ ସୁରକ୍ଷା ଉପରେ ଗୁରୁତ୍ଵାରୋପ ପୂର୍ବକ ଅବ୍ୟବସ୍ଥିତ ଗାଡିଚାଳନା ତଥା ବିନା କାଗଜାତରେ ଗାଡିଚାଳନା ନିଜ ତଥା ଅନ୍ୟ ମାନଙ୍କ ପାଇଁ ଦୁଃଖର କାରଣ ହୋଇଥାଏ, ଏଣୁ ସମସ୍ତେ ଏଥି ପ୍ରତି ସତର୍କ ହେବାକୁ ଜିଲ୍ଳା ଆରକ୍ଷୀ ଅଧିକାରୀ ଅମରେଶ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ସର୍ତକ ଓ ସଚେତନ ହେଲେ ସଡ଼କ ଦୁର୍ଘଟଣାକୁ ରୋକାଯାଇ ପାରିବା ସହ ଧନ ଜୀବନ ସୁରକ୍ଷିତ ରହିବ ଏଣୁ ସମସ୍ତେ ଗାଡିଚାଳନା ସମୟରେ ଯତ୍ନବାନ ହେବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି। ଗତ ତିନି ଦିନିଆ ଚଢ଼ଉରେ ପରିବହନ ବିଭାଗ ଦ୍ଵାରା ୪୯ ଗୋଟି ଭେଇକିଲ ଜବତ ସହ ୩୫ ଜଣ ଜଣ ମଦୁଆ ଗାଡି ଚାଳକଙ୍କୁ ଗିରଫ କରାଯାଇଥିବା ବିଷୟ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ ପାଇଛି। ୧୯୭ ଗୋଟି ଗାଡି ଚାଳକଙ୍କ ଠାରୁ ଭିନ୍ନ ଭିନ୍ନ ମାମଲାରେ ୫୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ବିଷୟ ଶ୍ରୀ ପଟ୍ଟନାୟକଙ୍କ ଠାରୁ ସୂଚନା ମିଳିଛି।
ଏସପି ଶ୍ରୀ ପଣ୍ଡା ଓ ପରିବହନ ଅଧିକାରୀ ସୁବର୍ଣ୍ଣପୁରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ସ୍ଵତନ୍ତ୍ର ଯାଞ୍ଚ ଅଭିଯାନରେ କନିଷ୍ଠ ମୋଟର ଯାନ ନିରୀକ୍ଷକ ଲୋକନାଥ ନାୟକ, ପୋଲିସ ଏସ ଆଇ ସୁଶୀଲ ବିଶିଙ୍କ ସମେତ ସୋନପୁର ସହରାଞ୍ଚଳ ସମସ୍ତ ଅଧିକାରୀ ସମେତ ପରିବହନ ବିଭାଗ କର୍ମଚାରୀ ଓ ପୋଲିସ ବିଭାଗର ଅଧିକାରୀ ପ୍ରମୁଖ ସାମିଲ ଥିବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ଦିନରେ ଏହି ଚଢ଼ଉ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ତଥା କଡାକଡି କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି।